No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଗଜପତି ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ଚାଲିଥିବା ବିଭିନ୍ନ ଯୋଜନାର ଅଗ୍ରଗତିକୁ ନେଇ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ଏଥିସହିତ ଗତ ମାଟ୍ରିକ ଓ ସିବିଏସିଇ ପରୀକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାସ ଅଧ୍ୟକ୍ଷତା କରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଚାଲିଥିବା ସରକାରଙ୍କ ମଧ୍ୟାହ୍ନ ଭୋଜନ , ହଷ୍ଟେଲ ବ୍ୟବସ୍ଥା , ପିଲାଙ୍କ ବହି ଓ ପୋଷାକ ଯୋଗାଣ , ଭୋକେସନଲ ଶିକ୍ଷା ସ୍କଲରସିପ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କ ସହ ବିଷାଦ ଭାବେ ଆଲୋଚନା କରି ଟିକିନିଖି ସମୀକ୍ଷା କରିଥିଲେ ।
ସମୀକ୍ଷା କରିବା ପରେ ସମସ୍ତ କାର୍ଯ୍ୟକ୍ରମ ସନ୍ତୋଷଜନକ ଭାବେ ଆଗେଇ ଚାଲିଛି ବୋଲି କହିଥିଲେ । ଏଥିସହିତ ଏହି ସମୀକ୍ଷା ବୈଠକରେ ଆଦର୍ଶ ବିଦ୍ୟାଳୟ ସମସ୍ୟା , ସ୍କୁଲ କେନ୍ଦ୍ର ଏକ୍ସସଲେନନ୍ସି , ଶିକ୍ଷକ ମାନଙ୍କ ପଦୋନ୍ନତି , ମୋ ସ୍କୁଲ କାର୍ଯ୍ୟକ୍ରମ , ବିଇଓ ମାନଙ୍କ ସମସ୍ୟା ପ୍ରଭୃତି ଉପରେ ଆଲୋଚନା ଓ ସମୀକ୍ଷା କରିଥିଲେ । କୋରନା ସମୟରେ ପିଲାଙ୍କ ଅନଲାଇନ ପାଠପଢ଼ା ସମୟରେ ଆମେ ସମସ୍ତଙ୍କ ଠାରେ ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ପହଞ୍ଚି ପାରିଲୁନି । ଅଗମ୍ୟ ପାହାଡିଆ ଅଞ୍ଚଳ ଯେଉଁଠାରେ ମୋବାଇଲ ନେଟୱର୍କ ଠିକ୍ ଭାବେ ପହଞ୍ଚିପାରୁନି ସେଠାକୁ ନେଟୱର୍କ ସୁବିଧା ବ୍ୟବସ୍ଥା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ , କେନ୍ଦ୍ର ସରକାରଙ୍କୁ ବହୁବାର ଜଣାଇଛୁ , ଆମେ ମଧ୍ୟ ଆଶା ରଖିଛୁ ଯେ , ଏହି ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହୋଇଯିବ ବୋଲି କହିଥିଲେ ।
ଏହି ଅବସରରେ ଗତ ଓଡିଶା ମାଟ୍ରିକ ବୋର୍ଡ ପରୀକ୍ଷାରେ ଏ-ୱାନ ରଖି ଜିଲ୍ଲାରେ ଶ୍ରେଷ୍ଠ କୃତିତ୍ୱ ରଖିଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ଏବଂ କେନ୍ଦ୍ରର ସିବିଏସଇ ଦ୍ୱାରା ପରିଚାଳିତ ଏକାଦଶ ପରୀକ୍ଷାରେ ଜିଲ୍ଲାର ଜେଏନୟୁ , କେଭି , ସେଞ୍ଚୁରିଅନ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଜିଲ୍ଲାର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ଦାସ , ମାନପତ୍ର , ମୋବାଇଲ ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ଏଡିଇଓ: ଶ୍ରୀ ମନୋଜ ରଞ୍ଜନ ଦଳେଇ ,ଡାଏଟ ଗୁରୁ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅପନ୍ନା ମିଶ୍ର , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ବୃଷକେତୁ ଦାସ , ସମସ୍ତ ବ୍ଲକର ବିଇଓ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱରେ ଥିବା କ୍ରୀଡା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଡିପିସି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରି ମାନେ ଉପସ୍ଥିତ ରହି ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result