No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶୁକ୍ରବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗୋଷ୍ଠୀ ଖେଳ ପଡିଆ ଠାରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଘାଟନ ହୋଇଯାଇଛି । ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିମନବାଡ଼ି ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନ, ବିଧାୟକ ପ୍ରତିନିଧି ଦୀପକ ସାହୁ, ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ୍ ୧୬ ଗୋଟି ଟିମକୁ ନେଇ ମ୍ୟାଚ ଆୟୋଜନ ହୋଇଛି । ପ୍ରଥମ ଦିନର ପ୍ରଥମ ମ୍ୟାଚରେ ଦାରିଙ୍ଗବାଡ଼ି ଓ ଅନ୍ତର୍ଗତ ଗସୁକିଆ ଦଳ ମଧ୍ୟରେ ଖେଳ ହୋଇଥିଲା । ଏହି ମ୍ୟାଚରେ ଦାରିଙ୍ଗବାଡ଼ି ଗୋଟିଏ ଗୋଲ କରିଥିବା ବେଳେ ଗସୁକିଆ ୩ଟି ଗୋଲ କରି ବିଜୟ ହାସଲ କରିଥିଲା । ଦ୍ଵିତୀୟ ମ୍ୟାଚରେ ରାଇକିଆ ଓ କ.ନୂଆଗାଁ ମଧ୍ୟରେ ମ୍ୟାଚ ରହିଥିବା ବେଳେ ରାଇକିଆ ଟିମ ନଆସିବାରୁ ନୂଆଗାଁ ଟିମକୁ ବିଜୟ(ବାଇ) ଘୋଷଣା କରାଯାଇଥିଲା ।
ଏହି ମ୍ୟାଚ ୧୦ ଦିନ ଧରି ଚାଲିବ ଅର୍ଥାତ ୨୯ ତାରିଖ ଦିନ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍ କୁ କମିଟିର କର୍ମକର୍ତ୍ତା ଜଗନ୍ନାଥ ନାୟକ, ପ୍ରଭାସ ସାହୁ, ଅମର ନାୟକ(ତୋଫାନ), ମାଥ୍ୟାସ ପ୍ରଧାନ, ହୃଷୀକେଶ ବେହେରା, ବୁନୁ ନାୟକ,ଜହନ ନାୟକ,ସିଦ୍ଧାନ୍ତ ପ୍ରଧାନ,ପିନସ ପ୍ରଧାନ,ଦସୁ ନାୟକ,ପିଇଟି ଶିକ୍ଷକ ସାମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । (ରିପୋର୍ଟ/ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result