No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶୁକ୍ରବାର ) ଚାନ୍ଦପୁର ରିପୋର୍ଟ /ଅଭିମନ୍ୟୁ :- ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଚାନ୍ଦପୁର ପୋଲିସର କଡା ଆଭିମୁଖ୍ୟ , ଚାନ୍ଦପୁର ପୋଲିସ ଏବେ ଫେରାର ଅଭିଯୁକ୍ତଙ୍କୁ ଖୋଜି ଖୋଜି ଗିରଫ କରୁଥିବା ଜଣାପଡୁଛି । ନିର୍ବାଚନ ପୂର୍ବରୁ ଚାନ୍ଦପୁର ପୋଲିସ ସୁଗମ ତଥା ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ଆଣ୍ଟି ସୋସିଆଲ ତଥା ସ୍ଥାନୀୟ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଞ୍ଚଳରେ ଅପରାଧିକ କାର୍ଯ୍ୟ ରେ ଲିପ୍ତ ଥିବା ଅବା ପୂର୍ବରୁ ମାମଲା ଥିବା ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ପ୍ରୟାସ ଜାରି ରଖିଛନ୍ତି ।
ତେବେ ଆଜି ଏକ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ଚାନ୍ଦପୁର ପୋଲିସ , ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କ ସମେତ ଏସଆଇ ଅଞ୍ଜଳୀ ଶାହା , ରମେଶ ବେହେରା ଓ ଅନ୍ୟ କର୍ମଚାରୀ ଙ୍କୁ ନେଇ ନିର୍ବାଚନ ପାଇଁ ଏକ ଟିମ୍ ଗଠନ କରାଯାଇଛି । ତେବେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ କୋଭିଡ ଗାଇଡ଼ ଲାଇନ ଅନୁସାରେ ହେବା ସହ ନିରପେକ୍ଷ ନିର୍ବାଚନ ହେବ ବୋଲି ଆଶା ପ୍ରକଟ ହେଉଛି । ତେବେ ପୂର୍ବରୁ ଥାନାରେ , ମର୍ଡର , ଚୋରି , ମାରପିଟ୍ କୁ ନେଇ ରୁଜ୍ଜୁ ହୋଇଥିବା ମାମଲା କୁ ଛାନ୍ ଭିନ୍ କରି ସମସ୍ତ ଫେରାର ଅଭିଯୁକ୍ତ ଙ୍କୁ ପୋଲିସ କାବୁ କରୁଥିବା ଜଣାପଡିଛି । ନିର୍ବାଚନ ସୁଦ୍ଧା ସମସ୍ତ ଅଭିଯୁକ୍ତ ଏବଂ ବିଶୃଙ୍ଖଳିତ କର୍ମୀ ଙ୍କୁ ଗିରଫ କରିବାର ଲକ୍ଷ୍ୟ ରଖିଛି ପୋଲିସ୍ ଟିମ୍
No Result
View All Result