ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ – ଦିଶା 

ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର ) ନୟାଗଡ଼ :- ଆଜି ଦିବା ଘ.୧୧.୪୫ମି. ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସମ୍ମଳନୀ କକ୍ଷରେ ମାନ୍ୟବର ସାଂସଦ କଟକ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ମହତାବ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଂଚଳ) ଉପରେ ଆଲୋଚନା କରାଯାଇଥିଲା । ଏହି ଯୋଜନା ଅନର୍ଗତ ନୟାଗଡ଼ ଜିଲ୍ଲା ୨୦୨୦-୨୧ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ମାନ୍ୟବର ସାଂସଦ ଖୁସି ପ୍ରକଟ କରିଥିଲେ ।

ଏହା ସଙ୍ଗେ ସଙ୍ଗେ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ କିପରି ଉପକୃତ ହୋଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଭୂମିହୀନ ହିତାଧିକାରୀମାନଙ୍କୁ ତୁରନ୍ତ ସରକାରୀ ଜାଗା ଯୋଗାଇ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କୋଭିଡ୍‌ ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିଛି ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ସଦର ହସପିଟାଲ ଠାରେ ଏକ ଅକ୍ସିଜେନ ପ୍ଲାଂଟ୍ ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ବର୍ତମାନ ଜିଲ୍ଲାରେ ଦୁଇଗୋଟି କୋଭିଡ୍ ହସପିଟାଲ ଚାନ୍ଦପୁର ଓ ଖଣ୍ଡପଡ଼ା ଠାରେ କାର୍ଯ୍ୟ କରୁଅଛି । ପ୍ରତିଦିନ ଜିଲ୍ଲାରେ ପାଖାପାଖି ୪୦୦୦ରୁ ଉର୍ଦ୍ଧ୍ୱ କୋଡ଼ିଡ୍‌ ଟେଷ୍ଟିଂ କରାଯାଉଛି ।

ଜିଲ୍ଲା ସଦର ହସପିଟାଲ ଓଝଙ ମାନ୍ୟତା ପାଇଛି । ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ଏହାଛଡ଼ା ନୂଆଗାଁ, ରାସଙ୍ଗ, ଚଢ଼େୟାପଲ୍ଲି, ଡମସାହି ଠାରେ ଚଐଉ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲୁଅଛି । ଏହା ପରେ ବନ ବିଭାଗ ଦ୍ୱାରା କରାଯାଇଥିବା ବୃକ୍ଷ ରୋପଣ ସଂପର୍କରେ ଆଲୋଚନା କରିଥିଲେ । ଖଣ୍ଡପଡ଼ା ଓ ଭାପୁର ଅଂଚଳରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବାରୁ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଏହାର ସମାଧାନ ଦିଗରେ ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଏହା ପରେ ପରେ ଖାଦ୍ୟ ସୁରକ୍ଷା ଆଇନ୍ ଉପରେ ଆଲୋଚନା କରି ଜିଲ୍ଲାରେ ବର୍ତମାନ କେତେ ହିତାଧିକାରୀ ଅଛନ୍ତି ଏବଂ ସମସ୍ତ ହିତାଧିକାରୀ ଯେପରି ଠିକ ସମୟରେ ରାସନ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ପରିଶେଷରେ ଜିଲ୍ଲାପାଳ ଡା. ପୋମା ଟୁଡୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକ,ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ.ଡି., ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ , ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ,ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ସମସ୍ତ ଲାଇନ୍ ବିଭାଗର ଅଧିକାରୀମାନେ ଯୋଗଦାନ କରିଥିଲେ ।