No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର ) ଢେଙ୍କାନାଳ :- ଗତ ଦୁଇ ଦିନ ତଳେ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ସ୍ଥିତ ପଣ୍ଡା ବ୍ରଦର୍ସ ପେଟ୍ରୋଲ ପମ୍ପରେ ଦିନ ଦ୍ବିପହରରେ ତିନି ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ଅତର୍କିତ ଭାବେ ଗୁଳିକାଣ୍ଡ କରି ତଥା ପମ୍ପ ମ୍ୟାନେଜରଙ୍କ ଗୋଡ଼କୁ ଗୁଳି କରି ଲକ୍ଷାଧିକ ଟଙ୍କା ଲୁଟ କରିନେଇଥିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଏକ ଲୁଟ୍ ଡକାୟତି ଘଟଣା ସେହି ସଦର ଥାନା ଅନ୍ତର୍ଗତ ଓସ୍ତପାଳ ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ସମାନ ଢଙ୍ଗରେ ଦେଖିବାକୁ ମିଳିଛି। ଯାହାକି ଜନସାଧାରଣରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଘଟଣାରୁ ପ୍ରକାଶ, ଆଜି ସମୟ ପାଖାପାଖି ରାତ୍ର ଆଠଟା । ସବୁଦିନ ପରି ଆଜି ମଧ୍ୟ ଦିନଯାକର ହିସାବ କିତାବ ବୁଝି କର୍ମଚାରୀଙ୍କ ଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍ ଧରି ଘରକୁ ବାହାରୁଥିଲେ ପେଟ୍ରୋଲ ପମ୍ପ ମାଲିକ। ଠିକ୍ ଏହି ସମୟରେ ହଠାତ୍ ତିନି ଦୁର୍ବୃତ୍ତ ଏକ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଭୟଭୀତ କରି ପମ୍ପ ମାଲିକ ଧରିଥିବା ଲକ୍ଷାଧିକ ଟଙ୍କାଭର୍ତ୍ତି ବ୍ୟାଗଟିକୁ ଛଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।
No Result
View All Result