No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର ) ଭୁବନେଶ୍ୱର :- ଦେଶର ଅଗ୍ରଣୀ ପିଏସ୍ୟୁ ବ୍ୟାଙ୍କ ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ଏହାର ପ୍ରମୁଖ ବିଜନେସ୍ ମେଂଟରସିପ୍ କାର୍ଯ୍ୟକ୍ରମ ଏମ୍ଏସ୍ଏମ୍ଇ ପ୍ରେରଣାକୁ ଓଡ଼ିଶାରେ ଆରମ୍ଭ କରାଯାଇଛି । ଏଥିପାଇଁ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପୁର୍ଣ୍ଣଥା ଆଣ୍ଡ୍ କୋ ନାମକ ନଲେଜ୍ ପାର୍ଟନର୍ ସହଯୋଗରେ ବିକଶିତ କରାଯାଇଥିବା ଇଣ୍ଡିଆନ୍ ବ୍ୟାଙ୍କର ଏହି ସ୍ୱତନ୍ତ୍ର ଅଭିଯାନ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କୁ ମ୍ୟାନେଜର ଓ ଆର୍ଥିକ ଦକ୍ଷତା ପ୍ରଦାନ କରି ସଶକ୍ତ କରିବ । ଏଥିରେ ୱେବ୍ ଭିତିକ ପ୍ରଶିକ୍ଷଣର ୧୨ ଅଧିବେଶନ ରହିଛି । ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ମଧ୍ୟରେ କୌଶଳକୁ ନେଇ ରହିଥିବା ଅଭାବକୁ ଏହା ଜରିଆରେ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହାକୁ ସ୍ଥାନୀୟ ଭାଷାରେ ପ୍ରଦାନ କରାଯିବ । ଏଥିରେ ବ୍ୟବସାୟ, ଯୋଗାଯୋଗ, ମାନବ ସମ୍ବଳ ଓ ଆର୍ଥିକ ଦକ୍ଷତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହାର ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ପ୍ରମୁଖ ସଚିବ, ଏମ୍ଏସ୍ଏମ୍ଇ ବିଭାଗ, ଓଡ଼ିଶା ସରକାର କହିଛନ୍ତି ଯେ, “ରାଜ୍ୟର ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ପାଇଁ ଏମ୍ଏସ୍ଏମ୍ଇ ପ୍ରେରଣା କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ଓଡ଼ିଶା ସରକାରଙ୍କ ତରଫରୁ ମୁଁ ଇଣ୍ଡିଆନ ବ୍ୟାଙ୍କର ସମଗ୍ର ଟିମ୍କୁ ଧନ୍ୟବାଦ ପ୍ରଦାନ କରୁଛି ଯାହା ଉଦ୍ୟୋଗୀମାନଙ୍କ ବିଶ୍ୱାସ ବଢ଼ାଇବ । ଏହି ସୁହାଇବା ଭଳି ମେଂଟରିଂ କାର୍ଯ୍ୟକ୍ରମ ପାଇଁ ଆମ ଏମ୍ଏସ୍ଏମ୍ଇ ବିଭାଗ ସବୁ ପ୍ରକାର ସମ୍ଭବ ସହାୟତା ପ୍ରଦାନ କରିବ ଏବଂ ଏହି ଆହ୍ୱାନପୂର୍ଣ୍ଣ ସମୟରେ ସହାୟତା ଲାଗି ଇଣ୍ଡିଆନ ବ୍ୟାଙ୍କ ପ୍ରଦାନ କରୁଥିବା ଆର୍ଥିକ ସହାୟତା ଗ୍ରହଣ କରିବା ଲାଗି ମୁଁ ସମସ୍ତ ଉଦ୍ୟୋଗୀଙ୍କୁ ଆହ୍ୱାନ ଦେଉଛି ।
ଏମ୍ଏସ୍ଏମ୍ଇ ୟୁନିଟ୍ ଦୃଷ୍ଟିରୁ ଓଡ଼ିଶା ଶ୍ରେଷ୍ଠ ସ୍ଥାନରେ ରହିଛି ଏବଂ ଆମର ବିଶ୍ୱାସ ରହିଛି ଯେ ଏଭଳି କାର୍ଯ୍ରକ୍ରମ ଆମ ଉଦ୍ୟୋଗୀଙ୍କ ଦକ୍ଷତାକୁ ଆହୁରି ବଢ଼ାଇ ସେମାନଙ୍କୁ ବ୍ୟବସାୟରେ ଅଧିକ ସଫଳତା ହାସଲ କରିବା ଲାଗି ସଶକ୍ତ କରିବ ।’’ ଶ୍ରୀଯୁକ୍ତ ଭି ଭି ସେନୟ, ଇଡି, ଇଣ୍ଡିଆନ ବ୍ୟାଙ୍କ କହିଛନ୍ତି ଯେ, “ଆଜିର ଆନୁଷ୍ଠାନିକ ଉନ୍ମୋଚନ ଜରିଆରେ ଓଡ଼ିଶାରେ ଥିବା ଆମର ଗ୍ରାହକ ଏବଂ ଉଦୀୟମାନ ଉଦ୍ୟୋଗୀମାନଙ୍କ ପ୍ରତି ଆମର ଏମ୍ଏସ୍ଏମ୍ଇ ପ୍ରେରଣା କାର୍ଯ୍ୟକ୍ରମର ପରିସର ସମ୍ପ୍ରସାରିତ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ ହେବା ସହ ଏହି କାର୍ଯ୍ୟକ୍ରମରେ ୧୨ଟି ଅଧିବେଶନ ରହିଛି ଏବଂ ଏହାକୁ ଅନଲାଇନ୍ ମିଟିଂ ଭିତିକ ଆପ୍ଲିକେସନ୍ ଜରିଆରେ ସହଜରେ ହାସଲ କରାଯାଇପାରିବ । ଜ୍ଞାନ, ଦକ୍ଷତା ଏବଂ ବ୍ୟବସାୟ କୌଶଳ ଜରିଆରେ ଏମ୍ଏସଏମ୍ଇ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଲାଗି ଆମର ରହିଥିବା ସଂକଳ୍ପ ଏମ୍ଏସ୍ଏମ୍ଇ ପ୍ରେରଣା କାର୍ଯ୍ୟକ୍ରମ ଦ୍ୱାରା ଅଧିକ ସଶକ୍ତ ହୋଇଛି ଏବଂ ସମସ୍ତ ପ୍ରାର୍ଥୀଙ୍କୁ ଆତ୍ମନିର୍ଭର କରିବାକୁ ଲକ୍ଷ୍ୟ ରଖାଯାଇଛି ।’’ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ ଇଣ୍ଡିଆନ୍ ବ୍ୟାଙ୍କର ୨୦୭ଟି ଶାଖା ରହିଥିଲା ଯାହା ବୟନ, ଅଟୋମୋବାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଆଦି କ୍ଷେତ୍ରର ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କୁ ସହାୟତା ପ୍ରଦାନ କରୁଛି । ଇଣ୍ଡିଆନ ବ୍ୟାଙ୍କର ଏମ୍ଏସ୍ଏମ୍ଇ ଋଚ୍ଚର ୫% ଓଡ଼ିଶାରେ ଦିଆଯାଇଛି ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ସେଥିରେ ୩୯% ବୃଦ୍ଧି ଘଟିଛି । ଏମ୍ଏସ୍ଏମ୍ଇ ପ୍ରେରଣା କାର୍ଯ୍ୟକ୍ରମକୁ ଉତରପ୍ରଦେଶ, ତାମିଲନାଡୁ, ପଣ୍ଡିଚେରୀ, ମହାରାଷ୍ଟ୍ର, ତେଲେଙ୍ଗାନା, ଗୁଜରାଟ, ଉତରାଖଣ୍ଡ ଓ ପଶ୍ଚିବଙ୍ଗରେ ଉପଲବ୍ଧ କରାଯିବା ସହ ଓଡ଼ିଶାକୁ ତାହା ସମ୍ପ୍ରସାରିତ କରାଯାଇଛି ।
No Result
View All Result