• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟରେ କମ୍‌ ବର୍ଷା ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଳା ନିମେନ୍ତ ଯୁଗ୍ମ – ମନ୍ତ୍ରୀସ୍ତରୀୟ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
August 19, 2021
in ଓଡ଼ିଶା, ମହାନଗର, ହୋମ୍
0
ରାଜ୍ୟରେ କମ୍‌ ବର୍ଷା ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଳା ନିମେନ୍ତ ଯୁଗ୍ମ – ମନ୍ତ୍ରୀସ୍ତରୀୟ ବୈଠକ
Share on FacebookShare on TwitterWhatsapp

ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବକୁ ନିର୍ଦ୍ଦେଶ ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ

ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର ) ଭୁବନେଶ୍ୱର :- ଚଳିତ ଖରିଫରେ ରାଜ୍ୟରେ କମ୍‌ ବର୍ଷା ହୋଇଥିବା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଫସଲ କ୍ଷତିକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗର ମନ୍ତ୍ରୀସ୍ତରୀୟ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଯେଉଁସବୁ ସ୍ଥାନରେ କମ୍‌ ବୃଷ୍ଟିପାତ ହୋଇଛି, ସେଠାରେ ଉଠାଜଳସେଚନ ପ୍ରକଳ୍ପ ସାହାଯ୍ୟରେ ଜଳସେଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ବୃହତ୍‌ ଓ ମଧ୍ୟମ ଜଳସେଚନ ପାଇଁ କେନାଲ ଜଳ ନିଷ୍କାସନ ଉପରେ ବୈଠକରେ ଗୁରୁତ୍ୱ ଦଆଯାଇଛି । କୃଷି, ସମବାୟ ଓ ଜଳସଂପଦ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ ଚାଷଜମି ଅନୁଧ୍ୟାନ କରି କଣ୍ଟିଜେଣ୍ଟ ପ୍ଲାନ୍‌ ପ୍ରସ୍ତୁତ ସହ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ଷେତ୍ର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଧାନ ଫସଲର ସଦ୍ୟତମ ସ୍ଥିତି ସଂପର୍କରେ ନିୟମିତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ଅବଗତ କରାଇବା ପାଇଁ କୁହାଯାଇଛି । ବୈଠକରେ ମନ୍ତ୍ରୀ ଡ.ସାହୁ କହିଲେ ଯେ ପ୍ରଭାବିତ କ୍ଷେତ୍ରଗୁଡ଼ିକରେ ସେପେଫମ୍ବର ମାସରେ ପ୍ରାକ୍‌ରବିରେ ଅଣଧାନ ଓ ବିକଳ୍ପ ଚାଷ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବା ଆବଶ୍ୟକ । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିୟମିତ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କ ସହ ସମନ୍ୱୟ ବୈଠକ କରି କାର୍ଯ୍ୟପନ୍ଥା ଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ଡ.ସାହୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ, ଯେପରି ଫସଲ କ୍ଷତି ହେଲେ କ୍ଷତି ଭରଣା କରାଯାଇପାରିବ । ଏଥି ସହିତ ବୀମା କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନେ ଯେପରି ତୁରନ୍ତ କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସମବାୟ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଅଧିକ ଫସଲ ଋଣ ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏତଦ୍‌ବ୍ୟତୀତ କୃଷି ଶ୍ରମଜୀବୀମାନଙ୍କୁ ଏମ୍‌ଜିଏନ୍‌ଆର୍‌ଜିଏରେ କର୍ମସଂସ୍ଥାନ ଯୋଗାଇଦେଇ ରୋଜଗାରକ୍ଷମ କରାଯିବାକୁ ପଦକ୍ଷେପ ନିଆଯିବ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ବୈଠକରେ କୃଷି ଓ ସଂପୃକ୍ତ ବିଭାଗର ସମସ୍ତ କର୍ମଚାରୀ ମୁଖ୍ୟ ଦପ୍ତରରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବା ସହିତ ଚାଷୀମାନଙ୍କୁ ଆବଶ୍ୟକ କୃଷି ଉପଦେଶ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଅଣ୍ଟିଆ ବର୍ଷା ପରିପ୍ରେକ୍ଷୀରେ ଚାଷୀମାନଙ୍କ ନିମନ୍ତେ ଆଡ୍‌ଭାଇଜାରି ଜାରି କରାଯାଇଛି ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ୍‌. ମୁଥୁକୁମାର, ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଶ୍ରୀ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ଜଳସଂପଦ ବିଭାଗର ଯନ୍ତ୍ରୀମୁଖ୍ୟ ତଥା ସ୍ୱତନ୍ତ୍ର ଶାସନ ସଚିବ ଅସୀମ କୁମାର ମହାପାତ୍ର, ମହାନଦୀ-କାଠଯୋଡ଼ି ସିଷ୍ଟମର ମୁଖ୍ୟଯନ୍ତ୍ରୀ ଭକ୍ତଚରଣ ମହାନ୍ତି, ମେଗା ଲିଫଫ ଇରିଗେସନ୍‌ର ମୁଖ୍ୟଯନ୍ତ୍ରୀ ଚିନ୍ମୟ ରଂଜନ ରାଉତ, ଓୟୁଏଟିର ଡିନ୍‌ ସଂପ୍ରସାରଣ ପ୍ରଫେସର ପି.ଜେ. ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

June 12, 2026
ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

June 12, 2026
ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

June 12, 2026
ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶିଖରରେ ଠାରେ ୯ ଦିନ ଧରି ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ

ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶିଖରରେ ଠାରେ ୯ ଦିନ ଧରି ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ

June 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

June 12, 2026
ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

June 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version