No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର) ବରଗଡ଼ :- ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁଶନପୁରୀ ଗ୍ରାମ ପଞ୍ଚାୟତ ଠାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରତି ଗ୍ରାମ କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ କୁଶନପୁରୀ ଗ୍ରାମ ରେ ତିନି ଲକ୍ଷ ଲିଟର ର ଏକ ପାଣି ଟାଙ୍କିର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ଅବସରରେ ଉକ୍ତ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ନିର୍ମାଣ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ । ବିଧାୟକ ଶ୍ରୀ ଆଚାର୍ଯ୍ୟ ନିର୍ମାଣ ସ୍ଥଳୀ କୁ ବୁଲି ଦେଖିଥିଲେ । (ସତ୍ୟ ନାରାୟଣ ପ୍ରଧାନ )
No Result
View All Result