No Result
View All Result
ସମଗ୍ର ଭାରତରେ ମୋଟ ସହରଗୁଡିକ ମଧ୍ୟରୁ ୬୦%ରୁ ଅଧିକ ସହରର ନିବେଶକ ଏବଂ ୬୬%ରୁ ଅଧିକ ପିନ୍କୋଡରେ ସଫଳତାର ସହିତ ପହଞ୍ଚିଛି – ୨୩୯୮ ସହରରେ ୨,୫୦,୦୦୦ରୁ ଅଧିକ ନିବେଶକଙ୍କ ନିକଟରୁ ପରିବ୍ୟାପ୍ତ ଅଂଶଗ୍ରହଣ – ଗତ ୧୫ ମାସ ମଧ୍ୟରେ ୧୫ ଲକ୍ଷ ନୂତନ ନିବେଶକ ଯୋଗ ହୋଇଛନ୍ତି – ନିବେଶକ ଏବଂ ସହଭାଗୀଙ୍କ ନିକଟରୁ ବିପୁଳ ରିଟେଲ ଅଂଶଗ୍ରହଣ ବ୍ରାଣ୍ଡ୍ର ସୁଦୃଢତାକୁ ଏବଂ ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ ଉପରେ ବିଶ୍ୱାସ ପ୍ରକଟକୁ ଦୋହରାଉଛି
ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍ (ଏନଆଇଏମଏଫ) ର ଆସେଟ ପରିଚାଳନାକାରୀ ନିପ୍ପନ ଲାଇଫ ଇଣ୍ଡିଆ ଆସେଟ ମ୍ୟାନେଜମେ’ ଲିମିଟେଡ (ଏନଏଏମ ଇଣ୍ଡିଆ), ସଫଳତାର ସହିତ ନିପ୍ପନ ଇଣ୍ଡିଆ ଫ୍ଲେକ୍ସିକ୍ୟାପ ଫଣ୍ଡ୍ର ଏନଏଫଓ ଶେଷ କରିଛି । ଏହି ଫଣ୍ଡ୍ ୨୮୬୦ କୋଟି ଟଙ୍କା ଆବ’ନ କରିଛି, ଯାହା ଏହାକୁ ଚଳିତ ସମୟରେ ଅନ୍ୟତମ ସର୍ବବୃହତ ଏନଏଫଓରେ ପରିଣତ କରିଛି । ଏକ ଏନଏଫଓ ସମୟରେ ସମଗ୍ର ଭାରତରେ ମୋଟ ସହରଗୁଡିକ ମଧ୍ୟରୁ ୬୦% ସହରର ନିବେଶକଙ୍କ ନିକଟରେ ପହଞ୍ଚିବାରେ ଏହା ଅନ୍ୟତମ ସର୍ବାଧିକ ସଫଳତା ହାସଲ କରିଛି ଏବଂ ତଦ୍ଦ୍ୱାରା ଦେଶର ପ୍ରତିଟି କୋଣ ଅନୁକୋଣରେ ପହଞ୍ଚିବା ସୁନିଶ୍ଚିତ କରାଯାଇଛି । ଦେଶର ୨୩୯୮ ସହର ଏବଂ ୧୨,୬୨୫ ପିନ୍କୋଡରେ ପରିବ୍ୟାପ୍ତ ହୋଇଥିବା ୨,୫୦,୦୦୦ରୁ ଅଧିକ ନିବେଶକ ଉଭୟ ଡିଜିଟାଲ ଏବଂ ଅଫ୍ଲାଇନ ପଦ୍ଧତିରେ ଏହି ଏନଏଫଓରେ ନିବେଶ କରିଛନ୍ତି ।
୫୩,୦୦୦ରୁ ଅଧିକ ଏସଆଇପି ଆବେଦନପତ୍ର ହସ୍ତଗତ ହୋଇଛି ଏବଂ ଏହା ଏହି ଉତ୍ପାଦ ଉପରେ ଅନେକ ନିବେଶକ ଏବଂ ବିତରକଙ୍କର ଦୀର୍ଘ ଅବଧି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ନିପ୍ପନ ଇଣ୍ଡିଆ ଫ୍ଲେକ୍ସିକ୍ୟାପ ଫଣ୍ଡ୍ ହେଉଛି ଏକ ମୁକ୍ତ ଭାବରେ ପରିସମାପ୍ତ ହେଉଥିବା ପ୍ରଗତିଶୀଳ ଇକ୍ୱିଟି ଯୋଜନା ଯାହା ଲାର୍ଜ କ୍ୟାପ, ମିଡ କ୍ୟାପ, ସ୍ମଲ କ୍ୟାପ ଷ୍ଟକଗୁଡିକରେ ନିବେଶ କରିବା ସହିତ ନିବେଶକଙ୍କୁ ବହୁବିଧ ମାର୍କେଟ କ୍ୟାପ୍ରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି । ଅନିଶ୍ଚିତ ସମୟରେ ଲାର୍ଜ କ୍ୟାପଗୁଡିକରେ ପୁଞ୍ଜି ନିବେଶ ପରିମାଣ ବୃଦ୍ଧି କରିବାକୁ ଏହି ଫଣ୍ଡ୍ ଉତ୍ତମ ସ୍ଥିତିରେ ରହିଛି ଏବଂ ସେହି ସମୟରେ ଏହା ବଜାରର ଉର୍ଦ୍ଧ୍ୱମୁଖୀ ଧାରା କାଳରେ ମିଡ କ୍ୟାପ ଏବଂ ସ୍ମଲ କ୍ୟାପ ଫଣ୍ଡଗୁଡିର ଅଭିବୃଦ୍ଧି ସାମର୍ଥରୁ ଫାଇଦା ଉଠାଇବ । ଏହି ଅବସରରେ ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍ର ଇଡି ଓ ସିଇଓ ସନ୍ଦୀପ ସିକ୍କା କହିଛନ୍ି, “୨.୫୨ ଲକ୍ଷରୁ ଅଧିକ ନିବେଶକ ପ୍ରଦର୍ଶନ କରିଥିବା ବିଶ୍ୱାସକୁ ଆମେ ବାସ୍ତବିକ ଅତ୍ୟନ୍ତ ବିନମ୍ରତାର ସହିତ ଗ୍ରହଣ କରୁଛୁ, ଯେଉଁମାନେ ନିକଟରେ ଶେଷ ହୋଇଥବା ନିପ୍ପନ ଇଣ୍ଡିଆ ଫ୍ଲେକ୍ସିକ୍ୟାପ ଫଣ୍ଡ୍ର ଏନଏଫଓରେ ୨୮୬୦ କୋଟି ଟଙ୍କା ନିବେଶ କରିଛନ୍ତି ।
ଏହା ପୂର୍ବରୁ ଗତ ୧୫ ମାସ ମଧ୍ୟରେ ୧୫ ଲକ୍ଷ ନୂଆ ନିବେଶକ ନିବେଶକ ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍ରେ ଯୋଗଦେଇଛନ୍ତି । ଏଥିସହିତ ଏହାର ଅନନ୍ୟ ନିବେଶକଙ୍କ ସଂଖ୍ୟା ୭୫ ଲକ୍ଷରେ ପହଞ୍ଚିଛି । ସମଗ୍ର ଦେଶରେ ୧୨୬୨୫ ପିନ୍କୋଡରେ ନିବେଶକଙ୍କୁ ନିବେଶ କରିବାରେ ସହାୟତା କରିଥିବା ସର୍ବଭାରତୀୟ ସ୍ତରରେ ବିତରକଙ୍କୁ ଆମେ ଧନ୍ୟବାଦ ଜଣାଉଛୁ । ଏହି ଏନଏଫଓ ଆମର ଦୃଢ ବିତରଣ କ୍ଷମତା, ମଜଭୁତ ଡିଜିଟାଲ ଭିତ୍ତିଭୂମି ଏବଂ ଆମ ବ୍ରାଣ୍ଡ୍ ଉପରେ ବିଶ୍ୱାସଭାବକୁ ପ୍ରତିଫଳିତ କରୁଛି ।” ସେ ପୁନଶ୍ଚ କହିଥିଲେ, “ଆମର ନିବେଶକ ପ୍ରଥମ ନୀତି ଅଧିନରେ ଆମେ ଆମର ଡିଜିଟାଲ ସମ୍ପତ୍ତିଗୁଡିକର ସମ୍ମିଶ୍ରଣ ଜାରି ରଖିଛୁ ଏବଂ ଆମର ମୋଟ ବ୍ୟବସାୟ ମଧ୍ୟରୁ ୫୦%ରୁ ଅଧିକ ଏହା ଜରିଆରେ ଆସୁଛି । ଆମେ ପଦ୍ଧତିଗୁଡିକରେ ଉନ୍ନତି ସାଧନ, ଦମ୍ଦାର ଆପଦ ପରିଚାଳନା ଏବଂ ଦାୟିତ୍ୱସଂପ୍ନ ନିବେଶକ ଦାୟିତ୍ୱ ନିର୍ବାହନ କ୍ଷେତ୍ରରେ ଆମମାନଙ୍କୁ ପୁନଃ ଉତ୍ସର୍ଗକୃତ କରୁଛୁ । ଏକ ସଚେତନ କର୍ପୋରେଟ ସଂସ୍ଥା ଭାବରେ ଆମେ ‘ଦାୟିତ୍ୱ ସଂପନ୍ନ ନିବେଶ’ ଭାବଧାରାକୁ ଆପଣେଇବାକୁ ଆନ୍ତରିକତାର ସହିତ ଯାତ୍ରା ଆରମ୍ଭ କରିଛୁ । ବ୍ୟବସାର ସମସ୍ତ କ୍ଷେତ୍ରରେ ଇଏସଜି ନୀତିଗୁଡିକୁ ଅନ୍ତର୍ନିହିତ କରି ଆମେ ଏକ ସ୍ଥାୟୀ, ଦୀର୍ଘାବଧି ମୂଲ୍ୟ ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ ।”
No Result
View All Result