No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଥାନା ଲୁହାଗୁଡି ନାକା ଗେଟ ଠାରେ ଗାଡ଼ିଗୁଡିକୁ ଯାଞ୍ଚ କରୁଥିବା ବେଳେ ଗୋଟିଏ ମିନି ଭ୍ୟାନରେ୧୨୪କେଜି ଗଞ୍ଜେଇ ନେବା ସମୟରେ ଗାଡ଼ିଗୁଡିକୁ ଯାଞ୍ଚ କରୁଥିବା ଏସ ଆଇ ସୁନୀଲ ଦଳାଇ ଗଞ୍ଜେଇ ଗାଡି ସହ ଦୁଇ ଆସାମୀ ଙ୍କୁ ଧରିଥିଲେ।ଆସାମୀ ଦୁଇଜଣ ବିହାର ରାଜ୍ୟର ବୋଲି ଜଣାପଡିଛି।ଆସାମୀ ମାନେ ହେଲେ ଅରୁଣ କୁମାର ଯାଦବ ଏବଂ ସନଜ କୁମାର ଚେରୁ ବୋଲି ଜଣାପଡିଛି।ଗଞ୍ଜେଇ ଅଡବା
ଥାନା କଟମା ଅଂଚଳରୁ ବିହାର ରାଜ୍ୟକୁ ଯାଉଥିବା ସମୟରେ ମୋହନା ଥାନା କର୍ତ୍ତୃପକ୍ଷ ଧରିବାରେ ସକ୍ଷମ ହୋଇଥିବା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି।ମୋହନା ଥାନା ପକ୍ଷରୁ ଦିବାରାତ୍ର ଦୈନିକ ଯାନବାହନ ଗୁଡିକ ଯାଞ୍ଚ କରୁଥିଲେ ମଧ୍ୟ ଚୋରା ଗଞ୍ଜେଇ ବ୍ୟବସାୟୀ ମାନେ ବିନା ଭୟରେ ଏହି ବ୍ୟବସାୟ କରୁଥିବାରୁଗଞ୍ଜେଇ ବେପାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି l ଗଞ୍ଜେଇ ଜବତବେଳେମୋହନା ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ। (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result