No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ବାଙ୍କୀ :- ଡମପଡ଼ା ବ୍ଲକ କରବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନରେ ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନେ ୧୮ହଜାର ଟଙ୍କା ପ୍ରଦାନ କରିବା ପରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏହାର ଦୁଇଗୁଣା ଅର୍ଥ ୩୬ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସମୁଦାୟ ଅନୁଦାନ ମିଳିଥିବା ୫୪ହଜାର ଟଙ୍କାରେ ସ୍କୁଲର ସାଇକେଲ ଷ୍ଟାଣ୍ଡ୍ , ଶୁଦ୍ଧ ପାନୀୟ ଜଳ ପାଇଁ ପାଣିଟାଙ୍କି ନିର୍ମାଣ ସହ ଆକ୍ୱାଗାର୍ଡ ସଂଯୋଗ କରାଯାଇଛି ।
ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ମିଶ୍ର , ବିଦ୍ୟଳୟ ପରିଚାଳନା କମିଟିର ସଭାପତି ନରେଶ ଚନ୍ଦ୍ର ନାୟକ, ମୋ ସ୍କୁଲ ଅଭିଯାନର ସଭାପତି ବାବୁଲି ଦଳେଇ ପ୍ରମୁଖ ଯୋଗଦାନ କରି ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସସସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ୱାର୍ଡ ସଭ୍ୟ ପ୍ରଭାକର ନାୟକ, କମିଟି ସଦସ୍ୟ ବିକ୍ରମ ବେହେରା ପ୍ରମୁଖ ଯୋଗଦେଇଥିଲେ ।
No Result
View All Result