ବାଙ୍କୀ ବ୍ଲକ ଶିକ୍ଷାଅଧିକାରୀଙ୍କ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି କରୋନା ସ୍ଥିତିର ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ବାଙ୍କୀ :- ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସେଠୀ ବ୍ଲକର ୨୪ଗୋଟି ଉଚ୍ଚ ବିଦ୍ୟାଳୟ ଜୁଲାଇ ୨୭ତାରିଖରୁ ଆଜି ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ପରିଦର୍ଶନ କରିବା ସହିତ ସ୍କୁଲରେ ଶିକ୍ଷାଦାନ ଓ କରୋନା ପ୍ରତିଶେଧକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍କୁଲରେ କରୋନା କଟକଣାର ନିୟମକୁ ଅନୁକରଣ କରି ଶିକ୍ଷାଦାନ ସଂପର୍କରେ ସ୍ଥିତି ତନଖି କରିବା ସହିତ ଏହାକୁ ପାଳନ କରିବା ପାଇଁ ସେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ମାର୍ଟିକ ପଢ଼ୁଥିବା ଛାତ୍ରଛାତ୍ରୀମାନେ କିପରି ଅଧିକ ସଂଖ୍ୟାରେ ଉନ୍ନୀତ ହେବେ ଏବଂ ଜିଲ୍ଲାପାଳଙ୍କ ଜିରୋ-ଏଫ୍ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀ ସେଠୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍‌ଲାଇନ୍ ଓ ଅଫ୍‌ଲାଇନରେ ଛାତ୍ରଛାତ୍ରୀମାନଙ୍କୁ କିପରି ଶିକ୍ଷାଦାନ ଦିଆଯାଉଛି ସେ ସଂପର୍କରେ ଶ୍ରୀ ସେଠୀ ସମୀକ୍ଷା କରିଥିଲେ ।