No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :– ଚଳିତ ସପ୍ତାହ ଶେଷ ଆଡ଼କୁ ଚେନ୍ନାଇରେ ଏମ୍ଆର୍ଏଫ୍ ଏମ୍ଏମ୍ଏସ୍ସି ଏଫ୍ଏମ୍ଏସ୍ସିଆଇ ଭାରତୀୟ ଜାତୀୟ ମୋଟରସାଇକଲ୍ ରେସିଂ ଚାମ୍ପିଆନ୍ସିପ୍ (ଆଇଏନଏମ୍ଆର୍ସି) ଆରମ୍ଭ ହେବାକୁ ଯାଉଥିବା ବେଳେ ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଏହି ଚାମ୍ପିଆନ୍ସିପ୍ରେ ଭାଗ ନେବାକୁ ଥିବା ନିଜ ଚାଳକମାନଙ୍କ ବିଷୟରେ ଘୋଷଣା କରାଯାଇଛି । ପ୍ରୋଷ୍ଟକ୍ ୧୬୫ ସିସି ବର୍ଗରେ ନିଜ ସ୍ଥିତିକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟ ନେଇ ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ୨୦୨୧ର ଜାତୀୟ ଚାମ୍ପିଆନ୍ସିପ୍ରେ ପ୍ରବେଶ କରିଛି । ପ୍ରୋଷ୍ଟକ୍ ୧୬୫ ସିସି ବର୍ଗର ଦୁଇ ପ୍ରମୁଖ ଚାଳକଙ୍କ ସହିତ ଆଇଡେମିସୁ ହୋଣ୍ଡା ଏସ୍କେ ୬୯ ରେସିଂ ଟିମ୍ ଚଳିତ ବର୍ଷର ଚାମ୍ପିଆନ୍ସିପ୍କୁ ଲକ୍ଷ୍ୟ ରଖିଛି । ସମାନ୍ତରାଳ ଭାବେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ କପ୍ ୨୦୨୧ରେ ଆସନ୍ତାକାଲି ପାଇଁ ଭାରତର ତାରକା ଚାଳକ ସୃଷ୍ଟି କରିବା ଲାଗି ଆଜିର ଯୁବ ଚାଳକମାନଙ୍କୁ ବିକଶିତ ଓ ସମୃଦ୍ଧ କରାଯିବ । ୧୨ ଜଣ ପରବର୍ତୀ ପିଢ଼ିର ଚାଳକ ଏନ୍ଏସ୍ଏଫ୍୨୫୦ଆର୍ ସହିତ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ କପ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହାର ପ୍ରଥମ ସୋପାନରେ ୧୪ ଜଣ ଚାଳକ ସିବି୧୫୦ଆର୍ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଏହି ଚାଳକଙ୍କ ମଧ୍ୟରୁ ସର୍ବନିମ୍ନ ବୟସ ଜଣଙ୍କର ୧୧ ବର୍ଷ ରହିଛି । ଭାରତରେ ମୋଟର୍ ସ୍ପୋଟ୍ର୍ସ ସଂସ୍କୃତିକୁ ଆଗକୁ ବଢ଼ାଇବା ଲାଗି ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ରେସ୍ ଟ୍ରାକ୍କୁ ଅଣାଯାଇଛି ହର୍ନେଟ୍ ୨.୦ ଯେଉଁଥିରେ ହୋଣ୍ଡା ହର୍ନେଟ୍ ୨.୦ ୱାନ୍ ମେକ୍ ରେସ୍କୁ ଉପସ୍ଥାପନା କରାଯାଇଛି । ୧୫ ଜଣ ଚାଳକଙ୍କ ଗ୍ରିଡ୍ରେ ହୋଣ୍ଡା ହର୍ନେଟ୍ ୨.୦ ୱାନ୍ ମେକ୍ ରେସ୍ ଚାଳକମାନଙ୍କୁ ଏବଂ ଆମ ଗ୍ରାହକମାନଙ୍କୁ ରେସ୍ର ରୋମାଞ୍ଚ ପ୍ରଦାନ କରିବ । ଏ ସମ୍ପର୍କରେ ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ବରିଷ୍ଠ ଉପସଭାପତି-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ୍ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ କହିଛନ୍ତି ଯେ, “ଆହ୍ୱାନର ଭାବକୁ ନେଇ ଆଗକୁ ବଢ଼ିବା ସହ ଆମେ ସବୁ ବର୍ଗରେ ଆମର ଅଲ୍ରାଉଣ୍ଡର୍ ଚାଳକ ଏବଂ ହୋଣ୍ଡା ହର୍ନେଟ୍ ୨.୦ ୱାନ୍ ମେକ୍ ରେସ୍କୁ ଉପସ୍ଥାପନ କରି ଭାରତୀୟ ଜାତୀୟ ମୋଟର୍ସାଇକଲ୍ ରେସିଂ ଚାମ୍ପିଆନ୍ସିପ୍ର ୨୦୨୧ ଋତୁ ଲାଗି ପ୍ରସ୍ତୁତ ହୋଇଛୁ । ଚଳିତ ବର୍ଷ ପ୍ରୋଷ୍ଟକ୍ ୧୬୫ ସିସି ବର୍ଗରେ ଆମର ଦୁଇ ଜଣ ବିଶେଷଜ୍ଞ ଚାଳକଙ୍କୁ ନେଇ ଆମେ ଏହି ଜାତୀୟ ଚାମ୍ପିଆନ୍ସିପ୍ରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛୁ । ସେହି ସମୟରେ ଭାରତୀୟ ରେସିଂର ଭବିଷ୍ୟତକୁ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଌକ୍ଷଗ୍ଧ;୍ କପ୍ ଜରିଆରେ ଶାଣିତ କରାଯିବ ଯେଉଁଥିରେ ପରବର୍ତୀ ପିଢ଼ିର ୨୬ ଜଣ ଚାଳକ ରେସ୍ ଟ୍ରାକ୍କୁ ଓହ୍ଲାଇବେ । ଆମ ଚାଳକଙ୍କ କଠିନ ପରିଶ୍ରମ ଉପରେ ଆମର ବିଶ୍ୱାସ ରହିଛି ଓ ଚଳିତ ସପ୍ତାହ ଶେଷରେ ଅନେକ ଆଶ୍ଚର୍ଯ୍ୟ ଆଶା କରୁଛୁ ।’’
No Result
View All Result