ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ସୁନା ଓ ରୁପା ରାକ୍ଷୀସହ ରାକ୍ଷୀପୂର୍ଣ୍ଣିମା ପାଳନ

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ସ୍ୱତନ୍ତ୍ର ସୁନା ଓ ରୁପାରେ ତିଆରି ରାକ୍ଷୀକୁ ଉନ୍ମୋଚନ କରାଯାଇଛି । ଭାଇ ଓ ଭଉଣୀ ମଧ୍ୟର ଏହି ସମ୍ପର୍କକୁ ପାଳନ କରିବା ଲାଗି କଂପାନି ତରଫରୁ ସ୍ୱତନ୍ତ୍ର ଭାବେ ରାକ୍ଷୀ ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଭାରତୀୟ ପୁରାଣ ଓ ସଂସ୍କୃତିରେ ବ୍ୟବହାର ହେଉଥିବା ସଙ୍କେତ ଦ୍ୱାରା ଅନୁପ୍ରାଣିତ ହୋଇ ରାଖିଗୁଡ଼ିକୁ ତିଆରି କରାଯାଇଛି । ଏହି ସମ୍ଭାରରେ ଥିବା ସୁନା ରାଖିର ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ରୁପା ରାଖି ଦାମ୍ ୫୦୦ ଟଙ୍କାରୁ ଆରମ୍ଭ ହୋଇଛି ।

“ମୂଲ୍ୟବାନ ମୁହୂର୍ତ ଓ ସମ୍ପର୍କକୁ ଶୁଭ ଧାତବ ଦ୍ୱାରା ପାଳନ କରାଯାଏ ଏବଂ ରାଖି ପୂର୍ଣ୍ଣିମା ହେଉଛି ସେଭଳି ଏକ ଅବସର ଯାହା ଭାଇ ଓ ଭଉଣୀ ଭିତରେ ଥିବା ନିବିଡ଼ ସମ୍ପର୍କକୁ ପାଳନ କରୁଛି । ରକ୍ତ ସମ୍ପର୍କର ଏହି ବନ୍ଧନ ରାଖି ପୂର୍ଣ୍ଣିମାକୁ ପାଳନ କରିବା ଲାଗି ଆମେ ସୁନା ଓ ରୁପାରେ ତିଆରି ରାଖିକୁ ସ୍ୱତନ୍ତ୍ର ଭାବେ ଉନ୍ମୋଚନ କରିଛୁ, ଯାହା ମୋର ବିଶ୍ୱାସ ରହିଛି ଯେ ଲୋକମାନଙ୍କ ମୁହଁରେ ହସ ଆଣିଦେବ ବୋଲି ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ର ମାର୍କେଟିଂ ଓ ଡିଜାଇନସ୍‌ର ନିର୍ଦେଶିକା, ଜୋଇତା ସେନ୍ କହିଛନ୍ତି ।’’ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଫ୍ରିଡମ୍ ଅଫର ଘୋଷଣା କରାଯାଇଛି ।

ଏହି ଅଫରରେ ଗ୍ରାହକମାନେ ସୁନା, ହୀରା, ରୁପା, ପ୍ଲାଟିନମ୍ ଓ ଗସିପ୍ ଗହଣା କିଣିବା ବେଳେ ଆକର୍ଷଣୀୟ ରିହାତି ପାଇପାରିବେ । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ପ୍ରଦାନ କରି ଜୋଇତା ସେନ୍ କହିଛନ୍ତି ଯେ ପ୍ରତି ଭାରତୀୟଙ୍କ ପାଇଁ ଏହା ହେଉଛି ଏକ ଉତ୍ସବ ପାଳନର ସମୟ । ଆମର ଫ୍ରିଡମ୍ ଅଫର ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ଆକର୍ଷଣୀୟ ଓ ଅତୁଳନୀୟ ସପିଙ୍ଗ୍ ଅନୁଭୂତି ପ୍ରଦାନ କରିବ । ଏହି ଅଫର ଅଗଷ୍ଟ ୨୨ ପର୍ଯ୍ୟନ୍ତ ଆମ ଷ୍ଟୋର୍‌ଗୁଡ଼ିକରେ ଓ ଅନଲାଇନ୍ ଚ୍ୟାନେଲ୍‌ରେ ଉପଲବ୍ଧ ହେବ । ଗ୍ରାହକମାନେ ସୁନା ଗହଣା ଗଢ଼ା ମୂଲ୍ୟର ୭୪% ପେମେଂଟ୍ କରିବାକୁ ହେବ । ଏହି ଅଫର ସୁନା କଏନ୍ ଓ ବୋନସ୍ ସାମଗ୍ରୀ ଉପରେ ଲାଗୁ ହେବ ନାହିଁ । ହୀରା ଗହଣା ଗଢ଼ା ମୂଲ୍ୟରେ ୭୪% ରିହାତି ରହିଛି । ପ୍ଲାଟିନମ୍ , ରୁପା ଗହଣା ଏବଂ ଗସିପ୍ ସାମଗ୍ରୀର ଏମଆର୍‌ପିର ୭୪ ପେମେଂଟ୍ କରିବାକୁ ହେବ । ଜ୍ୟୋତିଷ ଶୁଳ୍କରେ ୭୪% ରିହାତି । ଜେମ୍‌ଷ୍ଟୋନ କିଣନ୍ତୁ ଏବଂ ଗଢ଼ା ମୂଲ୍ୟ ରୂପରେ ମାତ୍ର ୭୪ ଟଙ୍କା ଦିଅନ୍ତୁ ।