କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ସଞ୍ଜୟ କଲୋନୀରେ କୁଷ୍ଠରୋଗୀଙ୍କ ନିମନ୍ତେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ : ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ଢେଙ୍କାନାଳ :- ଆଜି କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା ପୌରାଞ୍ଚଳ ସ୍ଥିତ ସଞ୍ଜୟ କଲୋନୀରେ ରହୁଥିବା କୁଷ୍ଠରୋଗୀଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହଯୋଗରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଚିକିତ୍ସାଳୟର ଅଧିକାରୀ ଧୀରେନ୍ଦ୍ର କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ବାରା ଆବଶ୍ୟକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ଉକ୍ତ ଶନିବାର ମୋଟ ୯୬ ଜଣଙ୍କୁ ପରୀକ୍ଷା କରାଯିବା ସହ ଆବଶ୍ୟକ ମୁତାବକ ୪୨ଜଣ ରୋଗୀଙ୍କୁ ଔଷଧ, ୨୭ ଜଣ ରୋଗୀଙ୍କୁ ଚଷମା, ୫ ଜଣଙ୍କୁ ସ୍ବତନ୍ତ୍ର ପରୀକ୍ଷା ପାଇଁ ପରାମର୍ଶ ଏବଂ ୧୬ ଜଣଙ୍କୁ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା ।

ଚିହ୍ନଟ ରୋଗୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯାଇ ଦୃଷ୍ଟିଶକ୍ତି ଫେରି ପାଇବ ବୋଲି ପ୍ରକାଶ କରିଥିଲେ। ସାଇଟ୍ ସେଭର୍ସ୍ ଦ୍ବାରା ଆୟୋଜିତ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଚକ୍ଷୁ ଚିକିତ୍ସା ଶିବିରକୁ ସଫଳ ରୂପାୟନ ହୋଇପାରିଛି। ଆଗାମୀ ଦିନରେ କୁଷ୍ଠ ରୋଗରୁ ଆରୋଗ୍ୟ ବ୍ୟକ୍ତିଙ୍କ ନିମନ୍ତେ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ ହୋଇଥିଲା । (ରିପୋର୍ଟ୍, ଅମର ରଞ୍ଜନ ଦାସ ) ଢେଙ୍କାନାଳ