No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) କନ୍ଧମାଳ :- କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ୩ ଦିନିଆ କନ୍ଧମାଳ ଗସ୍ତରେ ଆସି ପ୍ରଥମେ ଫୁଲବାଣୀ ମେଡିକାଲ କଲେଜର ଭିତ୍ତି ଭୂମି ଓ ନିର୍ମାଣର ଅଗ୍ରଗତି ଦେଖି ସେଠାରୁ ଟିକାବାଲି ବ୍ଲକର ପିକାରଡି ଗ୍ରାମ ପଞ୍ଚାୟତର ପଂଚାୟତ ଗୃହର ଉଦଘାଟନ କରିବାସହ କୋଭିଡ଼ ଗାଇଡ଼ଲାଇନ ମାନି ଏକ ସାଧାରଣ ସଭାରେ ଯୋଗଦେଇଥିଲେ ।

ସେଠାରୁ ସେହି ପଞ୍ଚାୟତର କାମ୍ବାନାଜୁ, ଗସାଗୁଡା, ଓ ମକ ବିଦିଙ୍ଗିଆଠାରେ ଅଙ୍ଗନବାଡି ଗୃହର ଶୁଭ ଉଦଘାଟନ କରିଥିଲେ । ଏଥି ସହିତ ସାଂସଦଙ୍କ ଦ୍ୱାରା ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ସାଂସଦଙ୍କ ସହ ଟିକାବାଲି ବ୍ଲକ ସଭାପତି ରୋଦନ ମଲିକ ମଧ୍ୟ ଉପସ୍ଥିତ ଥିଲେ l (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result