No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୭ ଅଗଷ୍ଟ ମଙ୍ଗଳବାର )ବାଙ୍କୀ :- ବାଙ୍କୀ ବ୍ଲକ କାଳିପୋଇ ପଞ୍ଚାୟତ କନ୍ତକାଇ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ସ୍ଵାଧୀନତା ଦିବସ ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାତୀୟ ପତାକା ଉଡୁଥିଲା।ଜାତୀୟ ପତାକା ଆଇନ ଅନୁଯାୟୀ ସୂର୍ଯ୍ୟ ଅସ୍ତ ପୂର୍ବରୁ ପତାକା ଅବତରଣ କରିବା ବାଧ୍ୟତାମୂଳକ।ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଅଖିଳ କୁମାର ମହାପାତ୍ର ସ୍ୱାଧୀନତା ଦିବସ ରେ ଛୁଟି ନେଇ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର ସହକାରୀ ଶିକ୍ଷକ ବସନ୍ତ ପଣ୍ଡା ଙ୍କୁ ପତାକା ଉତ୍ତୋଳନ ଓ ଅବତରଣ କରିବା ପାଇଁ ଦାଇତ୍ୱ ଦେଇଥିଲେ।ମାତ୍ର ଶିକ୍ଷକ ମହୋଦୟ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଙ୍କ ଦ୍ଵାରା ସଠିକ ସମୟରେ ପତାକା ଉତ୍ତୋଳନ କରିଥିଲେ ମାତ୍ର ଅବତରଣ ସନ୍ଧ୍ୟା ପୂର୍ବରୁ ହୁଏ ବୋଲି ନଜାଣି ପାରି ଘରେ ଥିଲେ। କିଛି ସ୍ଥାନୀୟ ଲୋକେ ସନ୍ଧ୍ୟା ରେ ପତାକା ଉଡୁଥିବା ଦେଖି ଅଭିଯୋଗ କରିଥିଲେ ମଧ୍ୟ ସେ ଶୁଣି ନଥିଲେ ବୋଲି ଗ୍ରାମର କିଛି ଲୋକେ ପ୍ରକାଶ କରିଛନ୍ତି।ମଙ୍ଗଳବାର ସକାଳୁ ତରତାରିଆ ଭାବେ ତିରଙ୍ଗା ପତାକା କୁ ଅବତରଣ କରିଥିଲେ।ଏହି ଘଟଣା କୁ ବହୁ ବୁଦ୍ଧି ଯିବି ନିନ୍ଦା କରିବା ସହ ଜାତୀୟ ପତାକା ଉଲଘଂନ ଆଇନ ରେଏହି ଘଟଣା ର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି।
ଦୀର୍ଘ ୭୫ବର୍ଷ ହେବ ଦେଶ ସ୍ଵାଧୀନତା ପ୍ରାପ୍ତି ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆମେ ଜାତୀୟ ପତକା କୁ କିପରି ସମ୍ମାନ ଦେବା କଥା ତାହା ଜାଣି ନପାରିବା ବାସ୍ତବିକ ଚିନ୍ତା ର ବିଷୟ।ଏ ସମ୍ପର୍କରେ ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ସେ ତାଙ୍କ ଫୋନ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ କଟିବାରେ ଲାଗିଲେ ଯୋଗାଯୋଗ କରିବା ପାଇଁ ଅନିଚ୍ଛା ପ୍ରକାଶ କଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଘଟଣା ନିନ୍ଦନୀୟ ମୁଁ ଘଟଣା ର ତଦନ୍ତ କରି ଦୋଷୀ କୁ ଜାତୀୟ ପତାକା ଆଇନ ରେ ଉପଯୁକ୍ତ ଦଣ୍ଡ ଦେବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ କହିଛି ଓ ଆଜିବାଙ୍କୀ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ପାଇଁ ସିଆରସିସି ଙ୍କୁ ପଠାଯାଇଥିଲା।ଏ ସମ୍ପର୍କରେ ସିଆରସିସି ମକର ମହାରଣା ଙ୍କୁ ଫୋନ କରିଲା ବେଳେ ସେ ଉଚ୍ଚ ସ୍ୱରରେ କଣ ହେଲା ମତେ କାହିଁକି ଫୋନ କରିଚ କହିଲେ ସାମ୍ବାଦିକ ହିସାବରେ ଆମେ ଫୋନ କରିଛୁ ଜାତୀୟ ପତକା ଅବମାନନା ସମ୍ପର୍କରେ କିଛି ବୁଝିବା ର ଥିଲା ଏତିକି କହିବା ପରେ ବାବୁ ମହାଶୟ ରାଗି ପଞ୍ଚମ।ଏହିପରି ସିଆରସିସି କିପରି ତଦନ୍ତ କରିବେ ଓ ଆଜି ପର୍ଯ୍ୟନ୍ତ କାହା ଦ୍ୱାରା ବାଙ୍କୀ ବ୍ଲକ ରେ କାର୍ଯ୍ୟ ରତ ତାହା ତଦନ୍ତ ସାପେକ୍ଷ ।
No Result
View All Result