No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୭ ଅଗଷ୍ଟ ମଙ୍ଗଳବାର) ଢେଙ୍କାନାଳ :- ଆଜି ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ସ୍ଥିତ ୫୫ନଂ ଜାତୀୟ ରାଜପଥ କଡ଼ରେ ଥିବା ପଣ୍ଡା ବ୍ରଦର୍ସ ନାମକ ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଦିନ ଦ୍ବିପହରରେ ପେଟ୍ରୋଲ ପମ୍ପ ଭିତରେ ୩ ଦୁର୍ବୃତ୍ତଙ୍କ ଉନ୍ମୁକ୍ତ କାଣ୍ଡ।ପମ୍ପ କର୍ମଚାରୀଙ୍କୁ ଫୁଟାଇଲେ ଗୁଳି। ଗୁଳିରେ ପେଟ୍ରୋଲ ପମ୍ପ କର୍ମଚାରୀ ଗୁରୁତର। କର୍ମଚାରୀଙ୍କ ଠାରୁ ଟଙ୍କାବ୍ୟଗ୍ ଲୁଟ୍ କରି କଳା ପଲସରରେ ଫେରାର ତିନି ଦୁର୍ବୃତ୍ତ ।
ଘଟଣାରୁ ପ୍ରକାଶ,ସମୟ ପାଖାପାଖି ଅପରାହ୍ନ ସାଢେ଼ ଦୁଇଟା। ସବୁଦିନ ପରି ଆଜି ବି ଠିକ୍ ଏହି ସମୟରେ ପମ୍ପ କର୍ମଚାରୀ ମନୋଵେନ୍ଦ୍ର ଦାସ ବ୍ୟାଙ୍କକୁ ଟଙ୍କା ନେବା ପାଇଁ ସଜବାଜ ହେଉଥିଲେ। ଠିକ୍ ଏତିକିବେଳେ ତିନି ଦୁର୍ବୃତ୍ତ ଗୋଟିଏ କଳା ପଲସର,ଯାହାର ନମ୍ବର (OD04 D 9097) ରେ ଆସି ହଠାତ୍ ଅଫିସ୍ ଭିତରେ ପଶି କର୍ମଚାରୀଙ୍କ ଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍ ଛଡ଼ାଇଥିଲେ। ଏହାକୁ ସେ ବିରୋଧ କରିବାରୁ ତାଙ୍କୁ ଦୁଇ ରାଉଣ୍ଡ ଗୁଳି କରିଥିଲେ ଓ ତାଙ୍କଠାରୁ ଟଙ୍କାବ୍ୟାଗ୍ ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ୩ ଦୁର୍ବୃତ୍ତ ।
ପମ୍ପ କର୍ମଚାରୀଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ଘଟଣାସ୍ଥଳରେ ଗୁରୁତର ହୋଇ ପଡିରହିଥିଲେ। ଖବରପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ସଙ୍ଗେ ସଙ୍ଗେ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ପରେ ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି। ଘଟଣା ସ୍ଥଳରେ ଦୁଇ ରାଉଣ୍ଡ ଗୁଳି ଫୁଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।
No Result
View All Result