No Result
View All Result
1. ଚାନ୍ଦପୁରରେ ଅପରାଧୀ ଙ୍କୁ ଧରିବା ପାଇଁ ପୋଲିସ ସକ୍ରିୟ ହୋଇ ଉଠିଛି । ଅପରାଧିଙ୍କ ମନରେ ଏବେ ଛନକା ସୃଷ୍ଟି …
2. ଚାନ୍ଦପୁରରେ ଅପରାଧିମୂଳକ କାର୍ଯ୍ୟ କୁ ସମୂଳେନାଶ କରିବାକୁ ଅଣ୍ଟା ଭିଡ଼ିଛି ଚାନ୍ଦପୁର ପୋଲିସ
ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ମଙ୍ଗଳବାର ) ଚାନ୍ଦପୁର ରିପୋର୍ଟ /ଅଭିମନ୍ୟୁ :- ଗତକାଲି ଚମ୍ପାପେଡିର ଏକ ଜୈନିକ ବ୍ୟକ୍ତିଙ୍କ ବେକକୁ ତୀକ୍ଷ୍ଣ ଛୁରୀ ରେ ଆକ୍ରମଣ କରିବା ଅଭିଯୁକ୍ତ କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି ଚାନ୍ଦପୁର ପୋଲିସ । ଚମ୍ପାପେଡି ଗ୍ରାମର ଜୈନିକ ବ୍ୟକ୍ତି ପର୍ଶୁରାମ ପାଇକରାୟ ଙ୍କୁ ଦୁଇ ଦୁର୍ବୃତ୍ତ ଛୁରା ମାଡ଼ କରିଥିଲେ । ଆହତ ଙ୍କୁ AIIMS ଭୁବନେଶ୍ୱରକୁ ରେଫର୍ କରାଯାଇଛି । ତଦନ୍ତ ର ଗୋଟିଏ ଦିନ ରେ ଦୁର୍ବୁତ୍ତ କୁ ଗିରଫ କରିଛି ଚାନ୍ଦପୁର ପୋଲିସ୍ । ଏହି କେସ୍ କୁ ଆଇଆଇସି ରଶ୍ମି ରଞ୍ଜନ ଦାଶ ଏସଆଇ ରମେଶ ବେହେରା ଓ ଏସଆଇ ଅଞ୍ଜଳୀ ସାହା ଙ୍କ ଦ୍ୱାରା ଏହି ଚଢ଼ାଉ କରାଯାଇଥିଲା ।

ଚାନ୍ଦପୁର ଥାନାରେ ୧୧୬/୨୧ ରେ ଏକ ମାମଲା ରୁଜ୍ଜୁ ହୋଇଥିଲା ବେଳେ ଆଇପିସି ଧାରା 323/324/325/326/307 ଅନୁସାରେ ଅଭିଯୁକ୍ତ ଗୋପି ବେହେରା କୁ କୋର୍ଟ ଚାଲାଣ କରାଯାଇଛି । ଆଜି ଗୋଟିଏ ଦିନରେ ଦୁଇ ଦୁଇଟି କେସ ର ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ ତେବେ ଚାନ୍ଦପୁର ପୋଲିସ ୨୦୦୯ ମସିହାରେ ହୋଇଥିବା ଏକ ମର୍ଡର କେସ ର ଅଭିଯୁକ୍ତ କୁ ମଧ୍ୟ ଆଜି ଗିରଫ କରିଛି ।
ତେବେ ଖବର ଅନୁଯାୟୀ ରଣପୁର ରେ ୨୦୦୯ ମସିହାରେ ଜୈନିକ ଲୋକଙ୍କୁ କୂଅ କୁ ଠେଲି ହତ୍ୟା କରିଥିବା ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ । ଯେ କି ଏକ ପଳାନ୍ତକ ଅଭିଯୁକ୍ତ ଅଟେ ତାକୁ ଧରିବା ପାଇଁ ପୋଲିସ ଜାଲ ବିଛେଇଥିବା ବେଳେ ତାକୁ ଆଜି ଧରିଛି ଚାନ୍ଦପୁର ପୋଲିସ । ଅଭିଯୁକ୍ତ ଜଣକ ଉପେନ୍ଦ୍ରପୁର ସିନ୍ଧୁ ସାଗର ଜେନା ବୋଲି ଜଣା ପଡ଼ିଛି । ଚାନ୍ଦପୁର ଥାନାରେ ୨୫୩/୦୯ ରେ ଏକ ମାମଲା ରୁଜ୍ଜୁ କରି ଆଇପିସି ୩୦୨ ଧାରା ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ଜଣା ଯାଇଛି । ତେବେ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍ ।
No Result
View All Result