No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ସୋମବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ବଜାର ଉପରେ ବ୍ଲକ ଅଧିନସ୍ତ ୮ଗୋଟି ଗ୍ରାମ ପଞ୍ଚାୟତ ସମେତ ସୀମାନ୍ତ ବର୍ତ୍ତି ଗଞ୍ଜାମ, ଗଜପତି ଓ ରାୟଗଡା ଜିଲାର ୪ଟି ପଞ୍ଚାୟତ ସହିତ ପ୍ରାୟ ୧୨ ରୁ ଅଧିକ ପଞ୍ଚାୟତ ବାସୀ ନିର୍ଭର କରି ଆସୁଅଛନ୍ତି ।
ବ୍ରାହ୍ମଣୀଗାଁରେ ସୋମବାରଦିନ ସାପ୍ତାହିକ ହାଟ ବସୁଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବ୍ରାହ୍ମଣୀଗାଁ ବଜାରରେ ପ୍ରବଳ ଭିଡ ଜମେ । ବଜାର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ କିଛି ହାଟ ବ୍ୟବସାୟୀ ପସରା ମେଲି ବସୁଥିଲେ । ଯାହାରି ଫଳରେ ମୋଟର ସାଇକେଲ, ଅଟୋ,
ଚାରିଚକିଆ ଯାନ ସହିତ ଯାତ୍ରୀବାହୀ ବସ ଚଳାଚଳରେ ବାଧା ଉପୁଜୁଥିବା ସହିତ ଦୁର୍ଘଟଣାକୁ ଏଡାଇବା ପାଇଁ ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ହାଟ ବେପାରୀ ରାସ୍ତା କଡରେ ନବସି ହାଟ ପଡ଼ିଆରେ ନିଜ ନିଜର ଦୋକାନ ଖୋଲି ବ୍ୟବସାୟ କରିଥିଲେ । ଯାହାରି ଫଳରେ ବଜାର ରାସ୍ତାରେ ଲୋକଙ୍କ ଭିଡ଼ କମିଥିଲା । ଥାନା ଅଧିକାରୀଙ୍କ ଏହି ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । (ରିପୋର୍ଟ/ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result