No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ରେ ୭୫ ତମ ସ୍ୱାଧୀନତା ଦିବସ କୋଭିଡ୧୯ କଟକଣା ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତ ୪/୩୦ ମିନିଟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ରାମଧୁନ ପ୍ରଚାର କରାଯାଇଥିଲା,।ସକାଳ ୭ଟା ସମୟରେ ଉପଜିଲ୍ଲାପାଳଙ୍କ କାଯ୍ୟାଳୟ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ଉପଜିଲ୍ଲାପାଳ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ସକାଳ ୯.୧୫ ମିନିଟ ସମୟରେ ମୁଖ୍ୟ ଅତିଥି ତଥା ଉପଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଜେନାଙ୍କ ଦ୍ୱାରା କଚେରୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୋଲିସ ବାହିନୀ ଦ୍ୱାରା ପ୍ରଦତ୍ତ ଗାର୍ଡ ଅଫ ଅନର ଗ୍ରହଣ କରିଥିଲେ।

ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ଜେନା ତାଙ୍କ ଭାଷଣ ରେ ସ୍ୱାଧୀନତା ଦିବସର ତାତ୍ପଜ୍ୟ ସମ୍ପର୍କରେ ବର୍ଣ୍ଣନା କରିବା ସହିତ କୋରନା ମହାମାରୀ ସମୟରେ ଡାକ୍ତର, ନର୍ସ,ପୋଲିସ କର୍ମଚାରୀ, ଆଶା, ଅଙ୍ଗନବାଡି,ଓ ସଫେଇ କର୍ମଚାରୀ ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୧ଜଣ କୋଭିଡ ଯୋଦ୍ଧାଙ୍କୁ ଉପଜିଲ୍ଲାପାଳ ସମର୍ଦ୍ଧିତ କରିଥିଲେ।
No Result
View All Result