No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ଓଡ଼ଗାଁ :- ତା ୧୫/୮/୨୧ ରିଖ ସୋହମ ସ୍ବେଚ୍ଛାସେବୀ ଅନୁଷ୍ଠାନ ତାହାର ପ୍ରତିଷ୍ଠା ଦିବସ ରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ କରିଅଛି । ସଂଗଠନର ସଭାପତି ଡ.କବିତା ମିଶ୍ର ସୋହମ ପରିସରରେ ବୃକ୍ଷରୋପଣ କରି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ । ସଙ୍ଗଠନ ର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଗତ କରୋନା କାଳରେ ସୋହମ ସଙ୍ଗଠନ ଦ୍ବାରା ଗ୍ରାମାଞ୍ଚଳମାନଙ୍କରେ କୋଭିଡ କିଟ ବଣ୍ଟନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତା ସୃଷ୍ଟି କରାଯାଇଥିବା ର ସୂଚନା ଦେଇଥିଲେ।
ଏହି ଉତ୍ସବରେ ସମାଜସେବୀ ଶ୍ରୀଯୁକ୍ତ ସୁକାନ୍ତ ଚନ୍ଦ୍ର ଚୌଧୁରୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦର୍ଶନାଧ୍ୟାପକ ଶ୍ରୀଯୁକ୍ତ ବିଜୟାନନ୍ଦ ଶତପଥୀଙ୍କ ଦ୍ବାରା ସଭା ସଂଯୋଜନା କରାଯାଇଥିଲା , ସଂଗଠନର ପ୍ରମୁଖ ସ୍ବେଚ୍ଛାସେବୀ ଆଡଭୋକେଟ ମନ୍ମୟ ଦାଶ , ବିଜ୍ଞାନ ଶିକ୍ଷକ ଶ୍ରୀ ଯୁକ୍ତ ପ୍ରସନ୍ନ ଦାଶ , ସ୍ବେଚ୍ଛାସେବୀ ରବି ଭାଇ , ଶୁଭକାନ୍ତ ଭାଇ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ( ରିପୋର୍ଟ – ଆଶ୍ୱିନ କୁମାର ସାହୁ )
No Result
View All Result