ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର) କେନ୍ଦୁଝର :- କେନ୍ଦୁଝର ଷ୍ଟାଡିୟମଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ କୋଭିଡ୍ ନିୟମାବଳୀ ତଥା ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ପାଳନ କରାଯାଇଛି । ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏଠାରେ ଜାତୀୟ ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉଦବୋଧନ ଦେଇଛନ୍ତି ।

















