No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର) ନର୍ଲା :- ଆଜି ସାରା ଦେଶ ପାଳିଛି ୭୫ତମ ସ୍ଵାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଶୁଭିଛି ଜାତୀୟ ସଙ୍ଗୀତର ଗାନ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ବିଭିନ୍ନ ସ୍ଥାନରେ ମଧ୍ୟ କରୋନା କାଳରେ କୋଭିଡ ନିୟମ ଅନୁସାରେ ସ୍ଵାଧୀନତା ଦିବସ ପାଳିତ ହୋଇଛି। ନର୍ଲା ବ୍ଲକ ପରିସରରେ ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ନାଏକ, ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ ବ୍ଲକ କର୍ମଚାରୀମାନେ ଯୋଗଦେଇ ଥିଲେ ।
ନର୍ଲା ଗ୍ରାମ ପଞ୍ଚାୟତ,ସେବା ସମବାୟ ସମିତି ଓ ନର୍ଲା ପ୍ରେସ ଆସୋସିଏସନରେ ସାମ୍ବାଦିକ ବନ୍ଧୁ ମାନଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚ ଚିରଞ୍ଜିବୀ ଗୈାଡିଆ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀଙ୍କ ଅନୁପସ୍ଥିତିରେ ନର୍ଲାର ସ୍ଵାଧୀନତା ଦିବସ ଖାଁ ଖାଁ ଲାଗୁଛି ବୋଲି ପ୍ରକାଶ କରିଥିଲେ। ନର୍ଲା ଥାନା ପରିସରରେ ଏସ୍ଆଇ ବଂଶୀଧର ସାମଲ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଏସ୍ଆଇ ଡି.ମାଝୀ,ସଂଜୟ କୁମାର ସାହୁ, ଦ୍ରୋଣ ରଣା, କାମିନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ନର୍ଲା ତହସିଲ ଅଫିସଠାରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଓୟୁଜେ ନର୍ଲା ଶାଖାରେ ସାମ୍ବାଦିକଙ୍କ ଗହଣରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ଚାନ୍ଦ ପତାକା ଉତ୍ତୋଳନ କରିଥିଲେ
ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ା. କୁନାଲ ସାହୁ, ବିଦ୍ୟୁତ ବିଭାଗରେ ଏସଡିଓ ଦୀପକ ବେହେରା, ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାଶ, ନର୍ଲା ଡିଗ୍ରୀ କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକ, ନର୍ଲା ଅଗ୍ନିଶମ କାର୍ଯ୍ୟାଳୟ ଠାରେ ବିଭାଗୀୟ ଅଧିକାରୀ ତରଣୀସେନ ମିର୍ଦ୍ଧା, ରୁପ୍ରାରୋଡ ରେଳ ଷ୍ଟେସନ ଠାରେ ପ୍ରେମ ବାରା, ରୁପ୍ରାରୋଡ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟ ସଂପାଦକ ରାଜେଶ କୁମାର ଦତ୍ତା, ପ୍ରଧାନାଚାର୍ଯ୍ୟ ଦାଶରଥି ପଣ୍ଡା ଓ ଗୁରୁଜୀ,ଗୁରୁମାଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପାତ୍ର ପତାକା ଉତ୍ତୋଳନ କରିଥିଲେ ।
ରୁପ୍ରାରୋଡ ପଞ୍ଚାୟତ କାର୍ଯ୍ୟାଳୟରେ ସରପଂଚ ଚିତ୍ତରଞ୍ଜନ ରଣା,ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାଳୟ ସଭାପତି ଝଜ ସା ପତାକା ଉତ୍ତୋଳନ କରିଥିଲେ। ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିରେ ସାମାଜିକ ଦୂରତା ବଜାୟ ରଖି ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result