• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରସ୍ତୁତ କରାଯିବ ସ୍ପିରୁଲିନାଯୁକ୍ତ ଚିକି – ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ

Proprietor Abhimanyu Maharana by Proprietor Abhimanyu Maharana
August 14, 2021
in ଓଡ଼ିଶା, ସୁନ୍ଦରଗଡ଼, ହୋମ୍
0
ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରସ୍ତୁତ କରାଯିବ ସ୍ପିରୁଲିନାଯୁକ୍ତ ଚିକି – ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର)  ସୁନ୍ଦରଗଡ଼ :- ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରସ୍ତୁତ କରାଯିବ ସ୍ପିରୁଲିନାଯୁକ୍ତ ଚିକି । ସଦର ବ୍ଲକ୍ ଅନ୍ତର୍ଗତ ରଙ୍ଗାଢ଼ିପାଠାରେ ଏଥିପାଇଁ ଏକ ଚିକି ପ୍ରସ୍ତୁତି ୟୁନିଟର ଶୁଭାରମ୍ଭ କରାଯାଇଛି । ଶନିବାର ଦିନ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହାର ଉଦଘାଟନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ମିକ୍ସ ସହିତ ସ୍ପିରୁଲିନା ଚିନି ଓ ଚିକି ବଣ୍ଟନ କରାଯାଉଛି। ୨୦୨୦ ଅଗଷ୍ଟ ୧୫ ତାରିଖରେ ଏହି ପୋଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ଏଥିପାଇଁ ଜିଲ୍ଲାରୁ ଉତ୍ପାଦିତ ମାଣ୍ଡିଆରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଣ୍ଡିଆ ଲଡୁ ଲାଗି ମିକ୍ସ ପ୍ରସ୍ତୁତ କରାଯାଉଥିବା ବେଳେ ବର୍ତ୍ତମାନ ରାଜ୍ୟ ବାହାରୁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ପିରୁଲିନା ମିଶ୍ରିତ ଚିକି ଓ ଚିନି ଅଣାଯାଉଛି।ଏବେ ସୁନ୍ଦରଗଡ଼ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଚିକି ପ୍ରସ୍ତୁତ କରାଯିବ। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ର ରଙ୍ଗାଢ଼ିପାଠାରେ ଚିକି ୟୁନିଟ୍ ଆରମ୍ଭ କରାଯାଇଛି। ଏଠାରେ ପ୍ରସ୍ତୁତ ହେବାକୁ ଥିବା ଚିକି ସୁନ୍ଦରଗଡ଼ ଉପଖଣ୍ଡର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯିବ।

ମନ୍ତ୍ରୀ ଡକ୍ଟର ସାହୁ ଚିକି ପ୍ରସ୍ତୁତି ୟୁନିଟ୍ ଉଦଘାଟନ କରିବା ପରେ ସେଠାରେ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାରେ ଚାଲିଥିବା ଏହି ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମର ଅଗ୍ରଗତି ସହ ଶିଶୁଙ୍କ ପୁଷ୍ଟି ସାଧନରେ ସ୍ପିରୁଲିନା କିଭଳି ଉପକାରୀ ହୋଇପାରିଛି ସେ ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇଥିଲେ।‘‘ବିଶେଷ ପୋଷଣ ଗୁଣ ପାଇଁ ସାରା ବିଶ୍ୱରେ ଆଜି ସ୍ପିରୁଲିନାର ବ୍ୟବହାର ବଢ଼ିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଏହାକୁ ପ୍ରୟୋଗ କରି ଏକ ଅଭିନବ ପଦକ୍ଷେପ ନିଆଯାଇଛି। ତା’ସାଙ୍ଗକୁ ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯିବା ଫଳରେ ମହିଳା ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ପରିକଳ୍ପନା ତାହା ବାସ୍ତବ ରୂପ ନେଇପାରିଛି’’, ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ସ୍ପିରୁଲିନା ଚିକି ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ମା’ଲକ୍ଷ୍ମୀ ଆଞ୍ଚଳିକ ମଞ୍ଚକୁ ଦାୟିତ୍ୱ ଦେଇଛି। ଏହା ଅଧୀନରେ ପ୍ରାୟ ୫୦ ଜଣ ମହିଳା ଚିକି ପ୍ରସ୍ତୁତ କରିବା ସହ ସେମାନଙ୍କ ଜୀବିକା କରିପାରିବେ। ବେଙ୍ଗାଳୁରୁସ୍ଥିତ ସ୍ପିରୁଲିନା ଫାଉଣ୍ଡେସନର ସଭାପତି ମହେଶ ଆର୍ ଭି ସୁନ୍ଦରଗଡ଼ ଆସି ଏହି ମହିଳା ଏସଏଚଜି ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ପିରୁଲିନା ଚିକି ପ୍ରସ୍ତୁତି ସମ୍ପର୍କରେ ତାଲିମ ଦେଉଛନ୍ତି। ଆଗାମୀ ଦିନରେ ପାନପୋଷ ଉପଖଣ୍ଡରେ ଆଉ ଏକ ଚିକି ପ୍ରସ୍ତୁତି ୟୁନିଟ୍ ଖୋଲାଯିବ।ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାକୁ ବ୍ୟବହାର କରିବାରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ। ଗତ ବର୍ଷ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରେ ଆରମ୍ଭ ହୋଇଥିବା ଏହି ପାଇଲଟ୍ କାର୍ଯ୍ୟକ୍ରମ ପରେ ୪ଟି ବ୍ଲକ ସହ ରାଜଗାଙ୍ଗପୁର ପୌରପାଳିକା ଅଞ୍ଚଳରେ ଲାଗୁ କରାଯାଇଥିଲା। ଏବେ ଏହି ସ୍ପିରୁଲିନା ବଣ୍ଟନ କାର୍ଯ୍ୟକ୍ରମକୁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଂପ୍ରସାରଣ କରାଯାଉଛି। ଏହା ଦ୍ୱାରା ଜିଲ୍ଲାର ମୋଟ ୩ ହଜାର ୮୦୯ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୧ ଲକ୍ଷ ୪୨ ହଜାରରୁ ଅଧିକ ପିଲା ଉପକୃତ ହେବେ।

ଏହି ଚିକି ପ୍ରସ୍ତୁତି ୟୁନିଟ୍ ଉଦଘାଟନ ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ, ଡିଏମଏଫ ପୋଷଣ ବିଶେଷଜ୍ଞ କୁସୁମ ସିଏମ୍ ଏବଂ ଜୀବିକା ବିଶେଷଜ୍ଞ ଅଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ପୋଷଣର ପାୱାର ହାଉସ୍ ଭାବେ ପରିଚିତ ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ଖାଇବା ଫଳରେ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇପାରୁଛି । ଫଳରେ ସାଧାରଣ ପିଲାଙ୍କ ପୁଷ୍ଟି ସାଧନ ସହ ଅପପୁଷ୍ଟି ପୀଡ଼ିତ ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଲାଗି ଏହା ବିଶେଷ ଫଳପ୍ରଦ ହୋଇପାରୁଛି।

ଆଗାମୀ ଦିନରେ ଜିଲ୍ଲାରେ ସ୍ପିରୁଲିନା ଉତ୍ପାଦନ ଲାଗି ଚାଷୀମାନଙ୍କୁ ତାଲିମ ଓ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।ସୁନ୍ଦରଗଡ଼ ଗସ୍ତରେ ଆସିଥିବା ମନ୍ତ୍ରୀ ଡକ୍ଟର ସାହୁ ଆଜି ସର୍ଗିପାଲି ଯାଇ କେତେକ କ୍ଷେତ ପୋଖରୀ ପରିଦର୍ଶନ କରି ଚାଷୀଙ୍କ ସହ କଥାବାର୍ତ୍ତା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଅଧୀନରେ ଚାଲିଥିବା ଢେଲସରାର ଆଗ୍ରୋ ସର୍ଭିସ୍ ସେଣ୍ଟର ପରିଦର୍ଶନ କରିବା ସହିତ ସେଠାରେ ଏକ ଧାନ ଅମଳ ଯନ୍ତ୍ର ଉଦଘାଟନ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପରେଡରେ ମନ୍ତ୍ରୀ ଡକ୍ଟର ସାହୁ ଅଭିବାଦନ ଗ୍ରହଣ କରିବେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

March 7, 2026
ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

March 7, 2026
ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version