No Result
View All Result
X. ସ୍ଥାନୀୟ କଳା ଓ କାରିଗରଙ୍କୁ ସାହାଯ୍ୟ କରିବା ଲାଗି ଦେଶ କା କୁଲ୍ଲଡ ଉନ୍ମୋଚିତ
X. ସ୍ୱତନ୍ତ୍ର କୁଲ୍ଲଡ ଓଡ଼ିଶାର ଗୌରବକୁ ପାଳନ କରିବ
ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଭାରତୀୟ କାରିଗର ପରିବାରଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଆନ୍ତରିକ ଭାବ ସ୍ୱରୂପ ଟାଟା ଟି ପ୍ରିମିୟମ୍ ପକ୍ଷରୁ ଭାରତୀୟ କାରିଗରଙ୍କ କାମକୁ ପ୍ରସାର କରୁଥିବା ଷ୍ଟାର୍ଟଅପ୍ ସଂସ୍ଥା ରେୟାର ପ୍ଲାନେଟ୍ ସହଯୋଗରେ ଏକ ସ୍ୱତନ୍ତ୍ର ଦେଶ କା କୁଲ୍ଲଡ ସମ୍ଭାର ଜରିଆରେ ଏହି ସ୍ୱାଧୀନତା ଦିବସକୁ ପାଳନ କରାଯାଉଛି । ଏହି ଆକର୍ଷଶୀୟ ହାତରେ ଚିତ୍ରାଙ୍କନ କରାଯାଇଥିବା କୁଲ୍ଲଡ ବିକ୍ରିରୁ ଯେଉଁ ଆୟ ହେବ ତାହା ବର୍ତମାନ ସମୟରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା କାରିଗର ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ କରିବାରେ ବିଶେଷ ସହାୟକ ହେବ ।
ଏହି ସ୍ୱତନ୍ତ୍ର କୁଲ୍ଲଡ ଗୁଡ଼ିକୁ ଅଂଚଳ ଭିତିକ କଳାରେ ହାତରେ ତିଆରି କରାଯାଇଛି ଯଥା ବିହାରର ମଧୁବନୀ ଲୋକକଳା, ମହାରାଷ୍ଟ୍ରର ୱର୍ଲି କଳା, ପଂଜାବର ଫୁଲକାରି କଳା, ଓଡ଼ିଶାର ପଟ୍ଟଚିତ୍ର, ୟୁପିର ସାଂଝି କଳା ଇତ୍ୟାଦି । ଦେଶ କା କୁଲ୍ଲଡ ସମ୍ଭାରରେ ୨୬ଟି ଜିଲ୍ଲାର କୁଲ୍ଲଡ ଡିଜାଇନ୍ ରହିଥିବା ବେଳେ ପ୍ରତି ଜୁଲ୍ଲଡ ଭାରତର ବିଭିନ୍ନ ଅଂଚଳର ପ୍ରତିନିଧିତ୍ୱ କରୁଛି । ପ୍ରତି ଅଂଚଳର ଲୋକପ୍ରିୟ ମୋଟିଭ୍ ଓ ପରିଚିତ ସ୍ଥଳ ବିଷୟ ଉପରେ ଆଧାରିତ ପ୍ରତିଟି କୁଲ୍ଲଡ ସେହି ଅଂଚଳର ସ୍ୱତନ୍ତ୍ର କଳାକୁ ପାଳନ କରୁଛି । ତେଣୁ ଏହି ସ୍ୱତନ୍ତ୍ର ହାତରେ ତିଆରି କୁଲ୍ଲଡଗୁଡ଼ିକ ହେଉଛି ଭାରତର ବିବିଧ ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ କରୁଥିବାର ଏକ କାନ୍ଭାସ୍ ।
ଏହି ଅଭିଯାନ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ବ୍ରାଣ୍ଡ୍ ତରଫରୁ ବିବିଧତାକୁ ପ୍ରଦର୍ଶନ କରୁଥିବା ଏକ ଡିଜିଟାଲ୍ ସିନେମା ଜାରି କରାଯାଇଛି । ଏହି ମ୍ୟୁଜିକାଲ୍ ଭିଡିଓରେ ଲୋକପ୍ରିୟ କଳାକାର ଋତୁରାଜ ମହାନ୍ତି ଗୀତ ଗାଇଛନ୍ତି ଯାହା ଆପଣ ମାନଙ୍କୁ ଦେଶର କୋଣ ଅନୁକୋଣକୁ ରଙ୍ଗିନ ଉଲ୍ଲାସପୂର୍ଣ୍ଣ ଯାତ୍ରାରେ ନେଇଯିବ ଓ ଭାରତର ବିବିଧ କଳାକୁ ସ୍ଥାନୀୟ କାରିଗର ଏବଂ ସେମାନଙ୍କ ହାତ ତିଆରି କୁଲ୍ଲଡ ଦୃଷ୍ଟିକୋଣରୁ ପ୍ରଦର୍ଶିତ କରିବ । ବ୍ରାଣ୍ଡ୍ ଫିଲ୍ମର fòu: https//www.youtube.com/watch..?v=VlKZgxB53r0 ଏହି ଅଭିଯାନ ଉପରେ ମତ ରଖି ପୁନିତ ଦାସ, ସଭାପତି-ପ୍ୟାକେଜଡ୍ ବେଭରେଜେସ୍ (ଭାରତ ଓ ଦକ୍ଷିଣ ଏସିଆ), ଟାଟା କଂଜ୍ୟୁମର ପ୍ରଡକ୍ଟସ କହିଛନ୍ତି ଯେ, “ସାରା ଦେଶରେ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି କୁଲ୍ଲଡ ଏବଂ ଆମେ ଅଧିକାଂଶ ସମୟରେ କୁଲ୍ଲଡରେ ଚା’ ପିଇବାକୁ ଉପଭୋଗ କରିଛୁ ।
ଟାଟା ଟି ପ୍ରିମିୟମ୍-ଦେଶ କି ଚାଏ ସର୍ବଦା ଏହାର ରାଜ୍ୟ ଭିତିକ ପ୍ୟାକେଜିଂ ଜରିଆରେ ସ୍ଥାନୀୟ ଗୌରବକୁ ଉଜାଗର କରୁଛି ଯାହା ପ୍ରତିଟି ରାଜ୍ୟ ଓ ସେହି ଅଂଚଳରେ ଅନ୍ତର୍ନିହିତ ରହିଥିବା ଯୋଗାଣର ଗୌରବ ସଙ୍କେତକୁ ଧରି ରଖିଛି । ତେଣୁ ଗତବର୍ଷର ସମ୍ପ୍ରସାରଣ ସହ ଆମେ ପୁଣି ଥରେ କୁଲ୍ଲଡକୁ ଏକ ସ୍ୱତନ୍ତ୍ର କାନଭାସ ଭାବେ ବ୍ୟବହାର କରି ଭାରତର ଆଂଚଳିକ ବିବିଧତାକୁ ପ୍ରଦର୍ଶିତ କରୁଛୁ ଏବଂ ଭାରତୀୟ କାରିଗର ଗୋଷ୍ଠୀଙ୍କୁ ସାହାଯ୍ୟ କରିବା କାର୍ଯ୍ୟ ଜାରି ରଖିଛୁ । ଏହି କୁଲ୍ଲଡଗୁଡ଼ିକ କୁଲ୍ଲଡ଼ କାରିଗରଙ୍କ ପ୍ରତିଭାକୁ ପ୍ରଦର୍ଶିତ କରୁଛି ଏବଂ ଏହା ଆମମାନଙ୍କୁ ସେହି ଜୀବନ୍ତ ଓ ରଙ୍ଗିନ କଳା ସମ୍ଭାରକୁହାସଲ କରିବାର ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରୁଥିବା ବେଳେ ସ୍ଥାନୀୟ କାରିଗରଙ୍କୁ ସାହାଯ୍ୟ କରୁଛି ।
ଆମେ ଆଶା କରୁଛୁ ଯେ ଏହି କାରିଗରମାନଙ୍କ ଲାଗି ଦେଶ କି କୁଲ୍ଲଡ ହେଉଛି ଉନ୍ନତି ଆଣିବା ଦିଗରେ ଏକ ଛୋଟିଆ ପଦକ୍ଷେପ ଏବଂ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଣା ହେବାକୁ ଥିବା ପ୍ରତିଟି କୁଲ୍ଲଡ ପାଇଁ ଆମେ କାରିଗର ଗୋଷ୍ଠୀଙ୍କ ପାଇଁ ଅତିରିକ୍ତ ରାଶିର ଅବଦାନ ପ୍ରଦାନ କରିଛୁ ।’’ “ଅନେକ ବର୍ଷ ଧରି ଆମେମାନେ ଏହି କଳାକୃତିକୁ ଦେଖୁଛୁ । ଏହି ଉତ୍ପାଦଗୁଡ଼ିକୁ ପ୍ରସ୍ତୁତ କରିବା ପଛରେ ରହିଥିବା କଠିନ ପରିଶ୍ରମ ଓ ଶ୍ରମ ଅପରାଜିତ । ରେୟାର ପ୍ଲାନେଟ୍ରେ ଆମର ଲକ୍ଷ୍ୟ ହେଉଛି ଏହି ପ୍ରତିଭାମାନଙ୍କୁ ଏକ ମଂଚ ପ୍ରଦାନ କରିବା ଏବଂ ସେମାନଙ୍କୁ ଏକ ଆର୍ଥିକ ମଂଚ ଯୋଗାଇ ଦେବା ।
ଦେଶ କି କୁଲ୍ଲଡ ପାଇଁ ଟାଟା ଟି ପ୍ରିମିୟମ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ କୃତଜ୍ଞ । ଏହା ନିଶ୍ଚିତ ରୂପେ ଆମକୁ ଅଧିକ ଲୋକଙ୍କ ପାଖରେ ପହଂଚିବା ଏବଂ ଉନ୍ନତ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ । ବର୍ତମାନ ସ୍ଥିତିରେ ଏହି ଶିଳ୍ପରେ ରହିଥିବା ଆୟ ଓ ଲୋକପ୍ରିୟତାକୁ ନେଇ ବେଶ ଆଶାବାଦୀ ରହିଛୁ ଯାହା ଆମ ମୂଳ ସହ ଜଡ଼ିତ ରହିଛି ବୋଲି ରେୟାର ପ୍ଲାନେଟ୍ର ସହ ପ୍ରତିଷ୍ଠାତା ରଣଦୀପ ଶାହା ଓ ବିଜୟ କୁମାର କହିଛନ୍ତି । ଇଣ୍ଡିଆ କି ଚାୟ ଡଟ୍ କମ୍ରେ ଏହି ହାତରେ ଚିତ୍ରାଙ୍କନ ହୋଇଥିବା କୁଲ୍ଲଡ ଗୁଡ଼ିକ ଉପଲବ୍ଧ ହେଉଛି ଯେଉଁଠାରୁ ଆପଣମାନେ ସପିଙ୍ଗ୍ କରିପାରିବେ ଏବଂ ଭାରତୀୟ କାରିଗରଙ୍କୁ ସାହାଯ୍ୟ କରିପାରିବେ ।
No Result
View All Result