No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ) କୋରାଇ :- କୋରାଇ ଏକ କୃଷି ପ୍ରାଧନ ଅଂଚଳ । ଏହାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି । ଚଳିତ ବର୍ଷ ଦୀର୍ଘନିଦ ଧରି ବର୍ଷ ନହେବାରୁ କୋରାଇ ଓ ତାର ଆଖପାଖ ଅଂଚଳରେ ସମସ୍ତ ବିଲବାଡି ଶୁଖିଲା ରହିଛି । ଚାଷଜମି ଗୁଡିକ ଫାଟି ଆଁ କରିଛି । ଖରିଫ କାଳୀନ ଧାନ ଚାଷ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ । କୋରାଇ ବ୍ଲକର ୨୮ଟି ପଂଚାୟତରେ ଲୋକଙ୍କ ପରିବାର ଚାଷରୁହିଁ ପ୍ରତିପୋଷଣ ହୋଇଥାନ୍ତି । ଚଳିତ ବର୍ଷ ବର୍ଷା ଅଭାରୁ ଶ୍ରାବଣମାସର ଶେଷ ସୁଦ୍ଧା ଚାଷକାର୍ଯ୍ୟ ହୋଇ ନପାରିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ଦୁର୍ଦ୍ଦିନ ସ୍ଥିତରେ ଅଛନ୍ତି । ଏଥିନେଇ କୋରାଇ ବ୍ଲକକୁ ରାଜ୍ୟ ସରକାର ମରୁଡି ଘୋଷଣା କରିବା ପୂର୍ବକ ଚାଷୀର ଉପଯୁକ୍ତ କ୍ଷତିପୁରଣ ଦିଆଯାଉ ଓ ଚାଷୀ କରିଥିବା କୃଷି ଋଣ ଛାଡ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି ହୋଇଛି ।

ଅନ୍ୟପକ୍ଷରେ ରାଜ୍ୟ ସରକାର ନିରବ ଦ୍ରଷ୍ଟ ନରହି ଯଥାଶୀଘ୍ର ଅଚଳ ଉଠା ଜଳସେଚନକୁ ସଚଳ, କେନାଲ ବନ୍ଧ ମରାମତି, ଜଳସେଚନକୁ ବିିଦ୍ୟୁତ ଯୋଗାଣ ଆଦି ରହିଥିବା ଚାଷୀଙ୍କ ବହୁବିଧ ସମସ୍ୟାକୁ ତୁରନ୍ତ ଦୂର କରନ୍ତୁ ବୋଲି ସ୍ୱର ଉତୋଳନ କରିଛି ବିଜେପି । ଏହି କ୍ରମରେ କୋରାଇର ବିଜେପି ନେତା ବିଶ୍ୱଜିତ ନାୟକଙ୍କ ପରାମର୍ଶରେ ଆଜି ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ବିକ୍ରମ ବିଶ୍ୱାଳଙ୍କ ନେତୃତ୍ୱରେ କୋରାଇ ଅଂଚଳକୁ ମରୁଡି ଘୋଷଣା, କ୍ଷତିପୁରଣ ପ୍ରଦାନ, କୃଷି ଋଣ ଛାଡ ଓ ଚଷ ସଂପର୍କିତ ରହିଥିବା ସମସ୍ୟା ଦୂରକରାଯିବ ନିମନ୍ତେ ଜିଲାପାଳଙ୍କ ଉଦେଶ୍ୟରେ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପରିଷଦର ସଭ୍ୟ ପ୍ରକାଶ ଧଳ, ଜିଲା ଉପସଭାପତି ପ୍ରମୋଦ ନାୟକ, ଜିଲା ସଂପାଦିକ ଦିପ୍ତୀମୟୀ କୁଅଁର, ମଣ୍ଡଳ ସଭାପତି ନୀଳମାଧବ ଚକ୍ର, ରବୀନ୍ଦ୍ର ବେହେରା, ପ୍ରମୋଦ ସାହୁ, ଜୟନ୍ତୀ ସାହୁ, ରଞ୍ଜିତା ପରିଡା, ବିଜୟ ଘଡାଇ, ସୁଶାନ୍ତ କୁମାର ସାହୁ, ଶଶୀଭୂଷଣ ସେନାପତି, ପ୍ରଦୀପ ରାଉତ, ଲଲ୍ଲାଟେନ୍ଦୁ ନାୟକ, କ୍ଷୀରୋଦ ଦାସ, ଯୁବସଭାପତି ସୁଜିତ ସ୍ୱାଇଁ, ଅମ୍ଳାନ ସାହୁ, ସନ୍ଦିପ ପରିଡା, ସୁବାସ ମଲ୍ଲିକ, ନିହାର ସାହୁ ପ୍ରମୁଖ ବହୁ କର୍ମୀ ଓ କର୍ମକର୍ତା ଯୋଗ ଦେଇ ଯଥାଶିଘ୍ର କୋରାଇ ଅଂଚଳକୁ ମରୁଡ ଘୋଷଣା ସହ ସମସ୍ତ ଦାବିକୁ ପୁରଣ କର କରାଯିବା ଦାବି ନେଇ ଶ୍ଲୋଗାନ ଦେଇଥିଲେ । ଯଦି ରାଜ୍ୟ ସରକାର ତ୍ୱରିତ ପଦକ୍ଷପ ନନିଅନ୍ତି କୋରାଇ ବିଜେପି ପକ୍ଷରୁ ରଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result