No Result
View All Result
ଅନିୟମିତତା ଅଭିଯୋଗରେ ଦୋକାନ କୁ ସିଲ୍ ସହ ଲାଇସେନ୍ସ ରଦ୍ଦ ସାଙ୍ଗକୁ କାରଣ ଦର୍ଶାଅ ନୋଟିସ ଜାରି ।
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ) ପଦ୍ମପୁର :- ଗତ କାଲି ପାଇକମାଲ ବିଜେପି ପକ୍ଷରୁ ସାରା କଲାବଜାରୀ କୁ ବିରୋଧକରି କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହା ଦୃଷ୍ଟି ଦେଇ ଆଜି ପାଇକମାଲ ବିଭାଗୀୟ କୃଷି ଅଧିକାରୀ ବେଆଇନ ଭାବେ ବିକ୍ରି କରୁଥିବା କଲାବେପାରୀ ସାର ଦୋକାନ ଉପରେ ଚଢ଼ାଉ କରିଥିବା ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି । ସୂଚନା ଅନୁସାରେ ପାଇକମାଲ ସହକାରୀ କୃଷି ଅଧିକାରୀ ଝୁମି ମେହେର ସହ କୃଷି ଓ ଭରଷିର ଶ୍ରୀ ମନୋ ରଞ୍ଜନ ପୁରୋହିତ ସ୍ଥାନୀୟ

ଟାୟଲ ଟ୍ରେଡ ଫର୍ଟିଲାଇଜର ଓ କୀଟନାଶକ ଦୋକାନ ଚଢ଼ାଉ କରି ତନଖି କରି ବେଆଇନ ଭାବେ ବିକ୍ରି କରୁଥିବା ଓ ଉକ୍ତ ସାର ଦୋକାନ ଙ୍କ ନାମରେ ଅନିୟମିତତା ଅଭିଯୋଗ ହେଉଥିବା ହେତୁ ଦୋକାନ କୁ ସିଲ୍ କରିବା ସହ ଲାଇସେନ୍ସ ରଦ୍ଦ କରି ବା ସମେତ ଅନ୍ୟ କମଳେଶ ଟେଡର୍ସ ନାମକ ଦୋକାନ ର ବିରୁଦ୍ଧରେ ମଧ୍ୟ ଆସୁଥିବା ଅଭିଯୋଗ ଭିତ୍ତିରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଏନେଇ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ପଦ୍ମପୁର ଙ୍କ ସୁପାରିଶ କରିଥିବା ଜଣାପଡିଛି । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result