No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ) କନ୍ଧମାଳ :- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କନ୍ଧମାଳ ଜିଲ୍ଲା ସଭାନେତ୍ରୀ ଭାବରେ ପୁନମ କହଁରଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେହି ଦାୟିତ୍ୱକୁ ଜିଲ୍ଲା ସଭାନେତ୍ରୀ ପୁନମ କହଁର ସୁଚାରୁ ରୂପେ ତୁଲାଇ ଆସୁଛନ୍ତି । ଦାୟିତ୍ୱ ପାଇବାର ଅଳ୍ପ ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାର ପ୍ରତିଟି ବ୍ଲକରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ କରି ଆସୁଛନ୍ତି ।
ଏ ନେଇ ତୁମୁଡିବନ୍ଧ ବ୍ଲକର ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ ଯେପରି ଏକତାର ସହିତ ଆଗାମୀ ନିର୍ବାଚନରେ କାର୍ଯ୍ୟ କରିବେ ଏବଂ ବିଜୁ ଜନତା ଦଳକୁ ବିଜୟଲାଭ କରାଇବେ ସେ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର , ପୂର୍ବତନ ବିଧାୟକ ରାଜୀବ ପାତ୍ର, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦିକା ନଳିନୀ ପ୍ରଧାନ, ତୁମୁଡିବନ୍ଧ ସରପଞ୍ଚ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । (ରିପୋର୍ଟ/ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result