ଜୈବ ବିଘଟନ ଆବର୍ଜନା କୁଣ୍ଡ ନିର୍ମାଣର ପ୍ରାପ୍ୟ ଦାବି

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ନିର୍ମିତ ହୋଇଥିବା ଜୈବ ବିଘଟନ ଆବର୍ଜନା କୁଣ୍ଡର ପ୍ରାପ୍ୟ ହିତାଧିକାରୀ ପାଇଥିବା ନ ଥିବା ଅଭିଯୋଗ ହୁଏ । ଘଣ୍ଟମାଳର ବ୍ରଜମୋହନ ପଧାନ, ମୁସ୍କୁଟିର ହରି ମହାନନ୍ଦ, ନିଶାନପୁରର ନବୀନ କୁମାର ସାହୁ ପ୍ରମୁଖ ୩୮୪୦୩ ଟଙ୍କା ବ୍ୟୟରେ ଜୈବ ବିଘଟନ ଆବର୍ଜନା କୁଣ୍ଡ ସବୁ ନିର୍ମାଣ କରିଥିଲେ ।

କିନ୍ତୁ ପରିତାପର ବିଷୟ ଏହି କି ଯେ ବ୍ଳକର ବିଭିନ୍ନ ପଞ୍ଚାୟତରେ ନିର୍ମିତ କୁଣ୍ଡର ପ୍ରାପ୍ୟ ହିତାଧିକାରୀ ପାଇଥିବା ବେଳେ ଘଣ୍ଟମାଲ ପଞ୍ଚାୟତର କୁଣ୍ଡ ନିର୍ମାଣକାରୀ ବ୍ରଜମୋହନ ପଧାନ ୨ ବର୍ଷ ଧରି ଏହି ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ଜିଲ୍ଲା ସ୍ତରୀୟ ଅଧିକାରୀ ଅନାମିକା ପ୍ରଧାନଙ୍କୁ ପାଉଣା ପାଇ ନ ଥିବା ଅବଗତ କରାଇଥିଲେ। ଏହା ସତ୍ତ୍ୱେ ତାଙ୍କୁ କୈାଣସି ଟଙ୍କା ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି ।  ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)