No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଏକ ଦୈନିକ ଖବର କାଗଜର ସାମ୍ବାଦିକ ମୃତ ସୁଦାମ ନାୟକଙ୍କ ପରିବାରକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଗତ ମେ ମାସରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରଲୋକ ହୋଇଥିଲା । ବ୍ଲକର ଜଣେ ଜଣାଶୁଣା ପୂର୍ବତନ ସରପଞ୍ଚ ,ସାମ୍ବାଦିକ, ସମାଜ ସେବୀ, କ୍ରୀଡ଼ାବିତ୍ ଓ ଉତ୍ତମ ସଂଗଠକ ହୋଇ ଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ସଭାପତି ସନ୍ତୋଷ କୁମାର ଦାସ ବନବାସୀ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରି ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।

ସହୃଦୟତାର ସହିତ ବନବାସୀ ସେବା ସମିତିର ସହ ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା, କର୍ମକର୍ତ୍ତା ବିଶ୍ଵଜିତ ଜେନା, ଖଗେନ୍ଦ୍ର ନାୟକଙ୍କ ସମେତ ସାମ୍ବାଦିକ ସଂଘ ଶାଖାର ସଭାପତି ସନ୍ତୋଷ କୁମାର ଦାସ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ରାୟ, ସୁବାଷ ଚନ୍ଦ୍ର ମହାରଣା, କାଳୀ ପ୍ରସାଦ ତ୍ରିପାଠୀ, ଚନ୍ଦନ ପଣ୍ଡା ପ୍ରମୁଖ ପରଲୋକ ଗତ ସାମ୍ବାଦିକଙ୍କ ଜୁଗାପଦର ସ୍ଥିତ ବାସଗୃହରେ ପହଞ୍ଚି ସ୍ବର୍ଗତ ନାୟକଙ୍କ ପତ୍ନୀ ଲିଲିମା ନାୟକ,
ପୁଅ ଗୋପାଳ କୃଷ୍ଣ,ବାଳ କୃଷ୍ଣ ଓ ଝିଅ ହରପ୍ରିୟାକୁ ସମବେଦନା ଜଣାଇବା ସହ କିଛି ଖାଦ୍ୟ ସାମଗ୍ରୀ, ଲୁଗା ପଟା ଓ କରୋନା ରକ୍ଷକ ସାମଗ୍ରୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିବା ପାଇଁ ସହ ସମ୍ପାଦକ ଶ୍ରୀ ପଣ୍ଡାଙ୍କ ସମେତ ଗଣ ମାଧ୍ୟମ ପ୍ରତିନିଧି ମାନେ ପ୍ରତିଶ୍ରୁତି ଦେଇଥିଲେ । (ରିପୋର୍ଟ/ସଞ୍ଜୟ କୁମାର ପାଣିଗ୍ରାହୀ )
No Result
View All Result