No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୯ ଅଗଷ୍ଟ ସୋମବାର) କଳାହାଣ୍ଡି :- ନର୍ଲା ବ୍ଳକ ଭୀମକେଲା ଗ୍ରାମ ପଞ୍ଚାୟତର ପଲସାପଡା ଗ୍ରାମରେ ଇନ୍ଦ୍ର ଦେବତା ପୂଜା ଅନୁଷ୍ଠିତ ହୋଇଛି । ଶ୍ରାବଣ ମାସରେ ବର୍ଷା ଅଭାବରୁ ଜମିବାଡ଼ି ସବୁ ଫାଟି ଯିବା ସହ ଗାଁ ଦାଣ୍ଡରେ ଧୂଳି ଉଡୁଛି । ଚାଷୀ ଏବେ ମୁଣ୍ଡରେ ହାତ ଥୋଇ ବସିଛି । ବର୍ଷା ଟିକକ ସକାଶେ ଦେବାଦେବୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପଲସାପଡା ଗ୍ରାମର ସମସ୍ତ ଚାଷୀ ଓ ଗ୍ରାମବାସୀଙ୍କ ଉଦ୍ୟମରେ ଏବର୍ଷ ଇନ୍ଦ୍ର ଦେବତା ପୂଜା କରାଯାଇଛି ।
ପୂଜାକାର୍ଯ୍ୟରେ କର୍ତ୍ତା ରୂପେ ଅରୁଣ ନାଏକ ଓ ତାଙ୍କ ପତ୍ନୀ ପୁଷ୍ପଲତା ନାଏକ, ପୂଜନ କାର୍ଯ୍ୟରେ ତରୁ ପାଢ଼ୀ, ପୁରାଣ ପଣ୍ଡା ବିଷ୍ଣୁ ଚରଣ ପଣ୍ଡା, ଦେବେନ୍ଦ୍ର ପାଢ଼ୀ, ଆବେଶ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ । ଚାଷୀ ହିମାଚଳ ନାଏକ, କୈଳାସ ଭୋଇ, ଛନ୍ଦା ଚରଣ ନାଏକ, ପଙ୍କଜ ନାଏକ, ଧରଣୀ ଗଡତିଆ, ପ୍ରଶନ୍ନ ନାଏକ, ମୋହନ ସାହୁ, ଗଣ୍ଡାରାମ ସାହୁ ପ୍ରମୁଖ ପୂଜା ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result