No Result
View All Result
ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ସୋମବାର) ଭୁବନେଶ୍ୱର ରିପୋର୍ଟ /ଅଭିମନ୍ୟୁ :- ସର୍ବ ପ୍ରାଚୀନ ଗଡ଼ଜାତ ରଣପୁର ଦେଶ ମୁକ୍ତି ପରେ ଓଡିଶା ରାଜ୍ୟରେ ୧୯୪୮ ଜାନୁଆରୀ ରେ ସାମିଲ ହେଲା ଓ ସେବେ ଠାରୁ ୧୯୫୨ ପ୍ରଥମ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ବିଧାନସଭା କଟକକୁ ରଣପୁର ପ୍ରଜା ଆନ୍ଦୋଳନ ର ମହାରଥୀ କନ୍ଧନୟାଗଡ଼ ଗ୍ରାମର ୰ ମୁରଲୀଧର ଦାସ ମନୋନୀତ ହୋଇ ପ୍ରତିନିଧିତ୍ୱ କରିଥିଲେ । ଖାଲି ସେତିକି ନୁହେଁ ୧୯୪୮ ଅଗଷ୍ଟରୁ କ୍ରମାଗତ ଭାବେ ପ୍ରଜା ସତ୍ୱ ଆଇନ ନେଇ ଦୃଢ଼ ଦାବି ରଖିଥିଲେ । ଯାହାକି ବିଧାନସଭା ୱେବ ରେ ଉପଲବ୍ଧ ନାହିଁ , ଭ୍ରମାତ୍ମକ ତଥ୍ୟ ରହିଛି । ଯାହାକୁ କି ଅଞ୍ଚଳର ବୁଦ୍ଧିଜୀବୀ ସୁରେଶ ମିଶ୍ର ଙ୍କ ସମେତ ଅନେକ ପ୍ରତିବାଦ କରି ପତ୍ର ଲେଖିଛନ୍ତି ।
ବର୍ତ୍ତମାନର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମଧ୍ୟ ଏ ନେଇ ବାଚସ୍ପତିଙ୍କୁ ପତ୍ର ଲେଖିଛନ୍ତି । ୨୦୦୭ ରୁ କ୍ରମାଗତ ଭାବେ ତଥ୍ୟ ସୁଧାର ପାଈଁ ଦାବୀ ହୋଇଥିଲେ ହେଁ ଏ ଅବଧି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଯାହାକି ରଣପୁର ସ୍ୱାଭିମାନ ପ୍ରତି ଗଭୀର ଅପମାନ ସଦୃଶ । ୰ ଦାସ ଉଚ୍ଚ ନ୍ୟାୟାଳୟ ଉଦଘାଟନ ଉତ୍ସବରେ ବିଧାନସଭା ପକ୍ଷରୁ ନିଜସ୍ୱ ଅଭିଭାଷଣ ରଖିଥିଲେ । ଏକାଧିକ ଗଣମାଧ୍ୟମ ସତ୍ୟବାଦୀ ବଳିଆରସିଂହ ଲିଖିତ ରଣପୁର ଇତିହାସ , ରାମଚନ୍ଦ୍ର ରାମ ଙ୍କ ସଂଗ୍ରାମୀ , ରଘୁ ଦିବାକର ଆସୋସିଏସନ ର ‘ ସହିଦ୍ ‘ , ମୁରଲୀଧର ସ୍ମୃତି କମିଟି ର ସ୍ମୃତି , ନେତା , ରଣଭୂଇଁ ,ରାଷ୍ଟ୍ରଦୀପ , ସମାଜ , ପୁରୁଷୋତ୍ତମ ସିଂହ ଙ୍କ ” ବାନର ସେନା ଇତିହାସ ,ବଂଶୀଧର ରାଉତ ଙ୍କ ରଣପୁର ବିଦ୍ରୋହ , ପ୍ରଭୃତି ଅନେକ ପୁସ୍ତକ ଓ ପତ୍ର ପତ୍ରିକା ରେ ଏ ସଂକ୍ରାନ୍ତରେ ଯଥେଷ୍ଟ ତଥ୍ୟ ଉଲେଖ୍ୟ ରହିଛି ।
ବର୍ତ୍ତମାନ ର ବାଚସ୍ପତି ଜଣେ ଅଭିଜ୍ଞ ଓ ପ୍ରାଙ୍କ ବ୍ୟକ୍ତିତ୍ୱ ହେଇଥିବାରୁ ଏହି ଦିଗରେ ଯଥା ଶୀଘ୍ର ସକାରାତ୍ମକ ପଦକ୍ଷେପ ନେବେ ବୋଲି ବରିଷ୍ଠ ଆଇନଜୀବୀ ସୁରେଶ ମିଶ୍ର ଦୃଢ଼ ଦାବୀ ରଖିବା ସହ ଏନେଇ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଆଉ କେତେକ ଏ ଦିଗରେ ମାନ୍ୟବର ଅଦାଲତ ଙ୍କ ଦ୍ୱାରସ୍ଥ ହେବେ ବୋଲି ଓଡ଼ିଶା ତାଜା ନ୍ୟୁଜ୍ ଅନୁସନ୍ଧାନ ରୁ ଜାଣି ପାରିଛି । ଜିଲ୍ଲା ସାଂସ୍କୃତି ବିଭାଗ ଏ ଦିଗରେ ତତ୍ପରତା ପ୍ରକାଶ କରିବେ କି..?
No Result
View All Result