ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘର ଉପରେ ଆକ୍ରମଣ : ସମର୍ଥକଙ୍କୁ ଗୋଡାଇ ହାଣିଲେ ଦୁର୍ବୃତ୍ତ – ଘର ଉପରେ କଲେ ଆକ୍ରମଣ

ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ, ଶନିବାର ) ଖଲ୍ଲିକୋଟ :- ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘର ଉପରେ ଆକ୍ରମଣ । ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ସେପଟେ ଏବେ ବି ଗାଁ ରେ ଜାରି ରହିଛି ଗୋଷ୍ଠୀ କନ୍ଦଳ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ । ଖଲ୍ଲିକୋଟ ବିଧାୟିକାଙ୍କ ବାସ ଭବନରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

ସେପଟେ ବିଧାୟିକାଙ୍କ ବାସଭବନରେ ଥିବା ଦୁଇ ଜଣ ସମର୍ଥକଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଏହି ଦୁର୍ବୃତ୍ତମାନେ ହାଣିଛନ୍ତି । ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବିଧାୟିକାଙ୍କ ଗ୍ରାମରେ ଏବେ ବି ବୋମାମାଡ଼ ଜାରି ରହିଥିବା ନେଇ ସୂଚନା ମିଳିଛି ।