No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ, ଶନିବାର ) ଭୁବନେଶ୍ୱର :- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଲୋଏର ପିଏମଜିରେ ଆନ୍ଦୋଳନରତ ଓଏସ୍ଏସଟିଇଟି ପାସ ଅଣନିଯୁକ୍ତ ହିନ୍ଦୀ, ସଂସ୍କୁୃତ ଓ କ୍ରୀଡ଼ା ସଂଘର ସ୍ୱର ସହ ସ୍ୱର ମିଶାଇ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଛନ୍ତି ଯେ ୨୦୧୪ ମସିହାରୁ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ନିଯକ୍ତି ପାଇଁ ବିଜ୍ଞାପନ ବାହାରି ନାହିଁ । ୧୦ ହଜାରୁ ଉର୍ଦ୍ଧ ପିଲା ଓଏସ୍ଏସଟିଇଟି ପାସ କରି ବେକାର ହୋଇ ବସିଛନ୍ତି ।
ଜାନୁଆରୀ ମାସରେ ୪୪୪୫ ନିଯୁକ୍ତି ପାଇଁ ଅର୍ଥ ମଞ୍ଜୁର ହୋଇଥିବାର ଜଣାପଡ଼ିଛି । ମାତ୍ର ସରକାର କ’ଣ ପାଇଁ ନିଯୁକ୍ତି ବିଜ୍ଞାପନ କରୁନାହାନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ । ଏଥିପାଇଁ ନିଯୁକ୍ତି ଦାବିରେ ଏହି ସଂଘ ୧୨୫ ଦିନ ଧାରଣା ଏବଂ ୧୭ଦିନ ଆମରଣ ଅନସନ କରିଥିଲା । ଏମାନଙ୍କର ଦାବି ପୂରଣ ନହେଲେ ଏମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆମରଣ ଅନଶନ କରିବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି ।
ଛାତ୍ର କଂଗ୍ରେସ ଏମାନଙ୍କର ଆନ୍ଦୋଳନ ଓ ଦାବିକୁ ସମର୍ଥନ କରୁଛି ଏବଂ ଏମାନଙ୍କର ଆନ୍ଦୋଳନରେ ସାମିଲ ହେବ ବୋଲି ନିଷ୍ପତି ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ ତୁରନ୍ତ ସେମାନଙ୍କୁ ନିଯୁକ୍ତି ଦିଅନ୍ତୁ । ସାରା ରାଜ୍ୟରେ ଓଡ଼ିଆ ସ୍କୁଲ ମାନଙ୍କର ଅବସ୍ଥା ଅତି ଶୋଚନୀୟ କେଉଁଠି ହେଡମାଷ୍ଟର ନାହାନ୍ତି ତ କେଉଁଠି ୨-୩ଜଣ ଶିକ୍ଷକରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଚାଲିଛି । ସରକାର ସ୍କୁଲ ମର୍ଜରର ନିଷ୍ପତି ଗ୍ରହଣ କରିଛନ୍ତି କିନ୍ତୁ ସ୍କୁଲକୁ ଶିକ୍ଷକ ଯୋଗାଇବା ନା ଧରୁ ନାହାନ୍ତି । ସୁତରାଂ ତୁରନ୍ତ ଏହି ଆନ୍ଦୋଳନରତ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଟ୍ରେନିଂ ପ୍ରାପ୍ତ ପିଲାଙ୍କୁ ଶିକ୍ଷକଭାବେ ନିଯୁକ୍ତି ଦିଆଯାଉ ।
No Result
View All Result