No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ, ଶନିବାର ) ଭୁବନେଶ୍ୱର :- ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ସାନବଜାରରେ ପ୍ରତିଷ୍ଠିତ ଉତ୍କଳମଣିଙ୍କ ପ୍ରତିମୂର୍ତୀ ପ୍ରତି ଅସମ୍ମାନ ପ୍ରତିବାଦରେ ପିସିସି ପକ୍ଷରୁ ଏକ ପ୍ରତିନିଧି ଦଳ ସଂସ୍କୃତି ସଚିବଙ୍କୁ ଭେଟି ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଆବାହକ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ମନୋରଞ୍ଜନ ଦାଶ, ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁ ପ୍ରମୁଖ ସଚିବଙ୍କୁ ଭେଟି କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ସାନବଜାରରେ ପ୍ରତିଷ୍ଠିତ ଥିବା ଉତ୍କଳମଣୀଙ୍କ ପ୍ରତିମୂର୍ତୀକୁ ଲାଗି ଆଉ ଏକ ଯାଗାରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତୀ ସ୍ଥାପନ କରିବାର ନିଷ୍ପତି କେବଳ ଜଗତ୍ସିଂହପୁର ନୁହେଁ ସମଗ୍ର ଓଡ଼ିଶା ବାସୀଙ୍କୁ ଚରମ ଆଘାତ ଦେଇଛି ।
କଂଗ୍ରେସ ତଥା ସ୍ଥାନୀୟ ବୁଦ୍ଧିଜୀବୀ ପ୍ରତିବାଦ ସତ୍ୱେ ଉଦ୍ୟକ୍ତା ବନ୍ଧୁମାନେ ଅହଂଚାଳିତ ହୋଇ ସେହି ପ୍ରତିମୂର୍ତୀ ସ୍ଥାନାନ୍ତର କରୁନାହାନ୍ତି । କଟା ଘା’ରେ ଚୂନ ଦେବାଭଳି ପ୍ରତିମୂର୍ତୀ ପରିସରକୁ ସଙ୍କୋଚନ ଓ ବିଭାଜନ ଉଦ୍ୟମ କରି ଚାଲିଛନ୍ତି । ସ୍ଥାନୀୟ ବ୍ଲକ ତଥା ଜିଲ୍ଲା ପ୍ରଶାସନ ନୀରବ ରହି ପରୋକ୍ଷ ଭାବରେ ଶାସକ ଦଳକୁ ଏହି ଅପକର୍ମକୁ ପ୍ରୋତ୍ସାହନ ଦେଉଛନ୍ତି । କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି । ସ୍ଥାନୀୟ କଂଗ୍ରେସ ନେତା ଇଂ ହିମାଂଶୁ ମଲ୍ଲିକଙ୍କ ନେୃତ୍ୱରେ ତିନିଜଣ ଯୁବ ବନ୍ଧୁ ବିବାଦୀୟ ସିଦ୍ଧାନ୍ତର ପ୍ରତିବାଦରେ ଗତକାଲି ଠାରୁ ଏହି ସ୍ଥାନରେ ଆମରଣ ଅନଶନ ଚଳାଉଛନ୍ତି ।
ସେଥିମଧ୍ୟରୁ ଜଣେ ବନ୍ଧୁଙ୍କ ଅବସ୍ଥା ଉଦ୍ବେଗଜନକ ହୋଇ ପଡ଼ିଥିବାରୁ ଡାକ୍ତରୀ ଚିକତ୍ସା ଆରମ୍ଭ କରାଯାଉଛି । ଉକ୍ତ ତିନିବନ୍ଧୁଙ୍କ ଅନୁରକ୍ତି ଓ ସାହସ ପାଇଁ ଆମେ ସାଧୁବାଦ ଜଣାଉଛୁ । ପ୍ରଦେଶ କଂଗ୍ରେସ କମିଟି ଆପଣଙ୍କ ତତ୍କ୍ଷଣାତ ହସ୍ତକ୍ଷେପ ଲୋଡୁଛୁ ଓ ପ୍ରସ୍ତାବିତ ନୂତନ ପ୍ରତିମୂର୍ତି ସ୍ଥାନାନ୍ତର ସହ ଓଡ଼ିଆ ଜାତିର ମଉଡମଣୀଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ ନିମନ୍ତେ ଦାବି ଜଣାଉଛୁ । ଆମ୍ଭର ଦାବି ପ୍ରତି ଉଦାସୀନ ରହିଲେ ପ୍ରଦେଶ କଂଗ୍ରେସ ଏହିି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାଇ ଦେଉଛୁ ବୋଲି ଦାବି ପତ୍ରରେ ଜଣାଇ ଦିଆଯାଇଛି ।
No Result
View All Result