No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) କୋରାଇ :- ରାଜ୍ୟ ବିଜେପି ପକ୍ଷରୁ ଆଗାମୀ ପଂଚାୟତ ନିର୍ବାଚନକୁ ଆଖିଆଗରେ ରଖି କୋରାଇରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରାଯିବା ସହ କାର୍ଯ୍ୟକର୍ତାଙ୍କୁ ମାର୍ଗଦର୍ଶିର୍କା ପ୍ରଦାନ କରାଯାଇଛି । ଏନେଇ ଶୁକ୍ରବାର ଜହ୍ନା ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଙ୍ଗଠନ ସମ୍ପର୍କରେ ମାନସ ମହାନ୍ତି ଓ ଜିଲା ପ୍ରଭାରୀ ସାରଦା ଶତପଥୀ ଯୋଗଦେଇ କୋରାଇ ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ଜିଲାପ୍ରତିନିଧି, ମଣ୍ଡଳ ପ୍ରଭାରୀ ଓ ଛାଁମୁହାଁ ସଙ୍ଗଠନର ପ୍ରମୁଖ କାର୍ଯ୍ୟକର୍ତାଙ୍କୁ ନିର୍ବାଚନୀ ସମର ଲାଗି ମାର୍ଗଦର୍ଶିନ କରିଥିଲେ । ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କ ତରଫରୁ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ବିକ୍ରମ ବିଶ୍ୱାଳ ପ୍ରଥମେ ଦୁଇ ନେତାଙ୍କ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଆଗାମୀ ଦିନରେ ସମସ୍ତ ମଣ୍ଡଳ କାର୍ଯ୍ୟକାରିଣୀ, ମର୍ଚ୍ଚା କମିଟି ଗଠନ, ଶକ୍ତିକେନ୍ଦ୍ର ସ୍ତରରେ ଦଳୀୟ କାର୍ଯ୍ୟକ୍ରମ, ବୁଥ କମିଟି ଗଠନ, ଓ ଶାସକ ଦଳର ଦୁର୍ନୀତି ଲୋକଲୋଚନକୁ ଆଣିବା ସହ ପ୍ରଧାନମବୀ ମୋଦିଜୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଂଚାଇବା ପାଇଁ ସମସ୍ତ କାର୍ଯ୍ୟକର୍ତାମାନେ ଅହରହ ପରିଶ୍ରମ କରିବାକୁ ଦଳର ସଙ୍ଗଠନମବୀ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ଏଥି ସହିତ ସଙ୍ଗଠନ ସୁଦୃଢରେ କାର୍ଯ୍ୟକର୍ତାମାନଙ୍କ ଭୂମିକା ଓ ଯୋଗଦାନ ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ତଥା କଟକ ସଦର ପ୍ରଭାରୀ ବିକ୍ରମ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ ।

ଅନ୍ୟାମନଙ୍କ ମଧ୍ୟୋ ରାଜ୍ୟ ପରିଷଦର ସଭ୍ୟ ପ୍ରକାଶ ଧଳ, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ଇତିଶ୍ରୀ ଜେନା, ମଣ୍ଡଳ ସଭାପତି ନୀଳମାଧବ ଚକ୍ର, ରବୀନ୍ଦ୍ର ବେହେରା, ପ୍ରମୋଦକୁମାର ସାହୁ, ଅଚ୍ୟୁତାନନ୍ଦ ଦାସ, ମାୟାଧର ପଲେଇ, ମଣ୍ଡଳ ପ୍ରଭାରୀ ପ୍ରଦୀପ ରାଉତ, ବିଷ୍ଣୁଚରଣ ରଥ, ଶଶୀଭୁଷଣ ସେନାପତି, ସରୋଜ ଦେଓ, ଜିଲା କାର୍ଯ୍ୟକର୍ତା ବିଜୟକୁମାର ଘଡାଇ, ଜୟନ୍ତୀ ସାହୁ, ସନ୍ଦୀପ ପରିଡା, ଅମ୍ଳାନ ସାହୁ, ସେକ ଇସମାଇଲ, ସମିତିସଭ୍ୟ କ୍ଷୀରୋଦ ଦାସ, ପ୍ରଶାନ୍ତ ସାହୁ, ମଣ୍ଡଳ କାର୍ଯ୍ୟକର୍ତା ପ୍ରଶାନ୍ତ ବୋଇତାଇ, ସୁଶାନ୍ତ ସାହୁ, ବିଦ୍ୟାଧର ସାହୁ, ରଞ୍ଜିତା ପରିଡା, ଅଶୋକ ସେଠୀ, ଯତିନ ଦାସ, ସୁଜିତ ସ୍ୱାଇଁ, ଅମର ମଲିକ ପ୍ରମୁଖ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜିଲା ଉପସଭାପତି ପ୍ରମୋଦ ନାୟକ ଧନ୍ୟବାଦ ଦେଇଥିଲେ ।
No Result
View All Result