No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଭାରତର ଅଗ୍ରଣୀ ଡାଏଗ୍ନୋଷ୍ଟିକ୍ ସେବା ପ୍ରଦାନକାରୀ କ୍ରିଷ୍ଣା ଡାଏଗ୍ନୋଷ୍ଟିକ୍ସ ଲିମିଟେଡ୍ ଏହାର ଇନିସିଆଲ ପବ୍ଲି୍କ୍ ଅଫର (ଆଇପିଓ) ୨୦୨୧ ଅଗଷ୍ଟ ୪ରେ ଖୋଲିବ । ଏହି ଅଫରର ମୂଲ୍ୟ ଇକ୍ୱିଟି ସେୟାର ପିଛା ୯୩୩ ଟଙ୍କାରୁ ୯୫୪ ଟଙ୍କା ମଧ୍ୟରେ ରହିବ । ଅତିକମ୍ରେ ୧୫ ଇକ୍ୱିଟି ସେୟାର ଲାଗି ବିଡ୍ ଦାଖଲ କରିବାକୁ ହେବ ଏବଂ ପରେ ୧୫ ସେୟାରର ଗୁଣିତକ ହେବ । ଏହି ଅଫର ୨୦୨୧ ଅଗଷ୍ଟ ୬ରେ ବନ୍ଦ ହେବ । କ୍ରିଷ୍ଣା ଡାଏଗ୍ନୋଷ୍ଟିକ୍ସ ପକ୍ଷରୁ ହାରାହାରି ୪,୦୦୦.୦୦ନିୟୁତ ଇକ୍ୱିଟି ସେୟାର ଇସ୍ୟୁ କରାଯିବ । କଂପାନିର କର୍ମଚାରୀମାନଙ୍କ ଲାଗି ୨୦୦.୦୦ ନିୟୁତ ସେୟାର ସଂରକ୍ଷିତ ରହିବ । ଏହି ଆଇପିଓରେ କ୍ୱାଲିଫାଏଡ ଇନଷ୍ଟିଚ୍ୟୁସନାଲ୍ ନିବେଶ (କ୍ୟୁଆଇବି) ଓ ଆଂଙ୍କର ନିବେଶକମାନଙ୍କ ଲାଗି ସେୟାର ଜାରି କରାଯିବ । ଯଦି ତାହାର ସବ୍ସ୍କ୍ରିପସନ୍ ଆଶାନୁରୂପ ନରହିବ ତେବେ ତାହାକୁ କ୍ୟୁଆଇବିମାନଙ୍କ ଲାଗି ଉପଲବ୍ଧ କରାଯିବ । କ୍ୟୁଆଇବି ପାଇଁ ଧାର୍ଯ୍ୟ କରାଯାଇଥିବା ସେୟାର ମଧ୍ୟରୁ ୫% ମ୍ୟୁଚୁଆଲ ଫଣ୍ଡ୍ମାନଙ୍କ ଲାଗି ସଂରକ୍ଷିତ ରହିବ ।
ଯଦି ଏହି ଅଫରର ଅତିକମ୍ରେ ୭୫% କ୍ୟୁଆଇବିଙ୍କୁ ଜାରି କରାନଯିବ ତେବେ ବିଡ୍ ପାଣ୍ଠି ମିଳିବା ପରେ କଂପାନି ତାହାକୁ ଫେରସ୍ତ କରିବ । ଇସ୍ୟୁର ୧୫%ରୁ ଅଧିକ ସେୟାର ଅଣ ସଂସ୍ଥାଗତ ନିବେଶକଙ୍କୁ ଜାରି କରାଯିବ ନାହିଁ । ଆଂଙ୍କର ନିବେଶକମାନଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଏହି ଇସ୍ୟୁରେ ଭାଗ ନେବା ବାଧ୍ୟତାମୂଳକ ରହିବ । ଏହି ଆଇପିଓରୁ ଯେଉଁ ପାଣ୍ଠି ମିଳିବ ତାହାକୁ ପଂଜାବ, କର୍ଣ୍ଣାଟକ, ହରିୟାଣା, ହିମାଚଳ ପ୍ରଦେଶ ଓ ମହାରାଷ୍ଟ୍ରରେ ନୂଆ ଡାଏଗ୍ନୋଷ୍ଟିକ୍ସ କେନ୍ଦ୍ର ସ୍ଥାପନ କରିବାରେ ବ୍ୟବହାରକରାଯିବ । ବ୍ୟାଙ୍କ ଓ ଅନ୍ୟ ଋଣ ପ୍ରଦାନକାରୀଙ୍କ ଠାରୁ କଂପାନି ଯେଉଁ ଋଣ ଆଣିଛି ତାହାକୁ କିମ୍ବା ତାହାର କିଛି ଅଂଶକୁ ପରିଶୋଧ କରିବ ଏବଂ ବଳକା ପାଣ୍ଠିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ । ଏହି ଆଇପିଓ ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍, ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ । ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜରେ ତାଲିକାଭୁକ୍ତ କରାଯିବ ।
No Result
View All Result