ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ୱର :- ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଇକୋ ପକ୍ଷରୁ ନିକଟରେ ବ୍ୟାପକ ଚାରାରୋପଣ ଅଭିଯାନର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ସ୍ଥାପନ ହୋଇଥିବା ଏହି କ୍ଲବ, ଓଡ଼ିଶାର ପଚିଶଟି ରାଜସ୍ୱ ଜିଲ୍ଲାକୁ ନେଇ ଗଠିତ ୩୨୬୨ ରୋଟାରୀ ଜିଲ୍ଲାର ଏକମାତ୍ର ମହତ ଉଦ୍ଦେଶ୍ୟ ଆଧାରିତ କ୍ଲବର ଅନନ୍ୟ ମାନ୍ୟତା ହାସଲ କରିଛି । କ୍ଲବର ସଦସ୍ୟମାନଙ୍କ ଦ୍ୱାରା ଚାରାରୋପଣ କାର୍ଯ୍ୟକ୍ରମ ଭୁବନେଶ୍ୱରଠାରୁ ୬୦କି.ମି. ଦୂରବର୍ତ୍ତୀ ଢେଙ୍କାନାଳ ଜିଲ୍ଲାର କପିଳାସ ପାହାଡ଼ର ପାଦଦେଶରେ ଅବସ୍ଥିତ ୱାଲ୍ଡେନ୍ଉଡ୍ସ ଇକୋ ଭିଲେଜ (ୱେଭ୍)ର ପରିସରରେ ଆୟୋଜନ କରାଯାଇଥିଲା । କ୍ଲବ ସଦସ୍ୟମାନଙ୍କୁ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଚାରାରୋପଣ ସ୍ଥଳକୁ ନିଆଯାଇଥିଲା । ୩୦୦ ଏକର ପରିମିତ ସୁଜଳା, ସୁଫଳା, ଶସ୍ୟ ଶ୍ୟାମଳା ଏହି ସଦା ସବୁଜ ଭୂମିକୁ ୱେଭ୍ ପୂର୍ବ ଭାରତରେ ସର୍ବୋତ୍ତମ ପରିବେଶ କେନ୍ଦ୍ର ଭାବରେ ଗଢ଼ିତୋଳିବାକୁ ଯାଉଛି ।
ଦିଗ୍ବଳୟକୁ ଘେରି ରହିଥିବା ଦୀର୍ଘ ପର୍ବତମାଳା, ଧାଡ଼ିଧାଡ଼ି ଧରି ଶୋଭା ପାଉଥିବା ଶାଳ ବୃକ୍ଷ ରାଜି, ସ୍ୱଚ୍ଛ ତାଜା ମୃଦ୍ୟୁମନ୍ଦ ପବନ, ଝରଣାର କଳକଳ ନାଦ, ପଶୁ ପକ୍ଷୀଙ୍କର
ସୁଶ୍ରାବ୍ୟ ତାନ ଏବଂ ଅସରନ୍ତି ସବୁଜିମାର ମହଜୁଦି ୱେଭ୍କୁ ଭୂସ୍ୱର୍ଗର ଆଖ୍ୟା ପ୍ରଦାନ କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ୱେଭ୍ରେ ପହଁଞ୍ôଚବା କ୍ଷଣି ରୋଟାରୀ ପ୍ରତନିଧି ଦଳଙ୍କୁ ସ୍ଥାନୀୟ ଆଦିବାସୀ ମହିଳାମାନେ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଦ୍ୱାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସମଗ୍ର ପରିବେଷ୍ଟନୀ ଉତ୍ସବ ମୁଖରିତ ହୋଇ ପଡ଼ିଥିଲା । ଚାରାରୋପଣ ପର୍ଯ୍ୟାୟ ରୋଟାରୀ କ୍ଲବର ସଦସ୍ୟଗଣ ଏବଂ ୱେଭ୍ର କର୍ମ କର୍ତ୍ତାମାନଙ୍କ ଦ୍ୱାରା ସଫଳତାର ସହିତ ସମ୍ପନ୍ନ କରାଯାଇଥିଲା । ରୋଟାରୀ କ୍ଲବ ଇକୋର ଯୁବ ଏବଂ କର୍ମଠ ସଭାପତି ତଥା ୱେଭ୍ର ପ୍ରତିଷ୍ଠାତା ରାମକୃଷ୍ଣ ଦାଶ ସମଗ୍ର ଆୟୋଜନର ତଦାରଖ କରିଥିଲେ ।
ଉପସ୍ଥିତ ରୋଟାରୀଆନ୍ମାନେ ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରୀସ୍ଥିତ କଡିଅମ ନର୍ସରୀରୁ ଆସିଥିବା ତିନି ଚାରି ବର୍ଷ ବୟସ୍କ ମୋଟ୍ ୩୨ଟି ବିଭିନ୍ନ କିସମର ଚାରା ରୋପଣ କରିଥିଲେ । ଚାରା ଲଗାଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ପ୍ରସିଦ୍ଧ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ଡଃ ଭବାନୀଶଙ୍କର ଦାସ, ରୋଟାରୀ କ୍ଲବର ସଭାପତି ରାମକୃଷ୍ଣ ଦାଶ, ଉପସଭାପତି ସୁନନ୍ଦ କୁମାର ମିତ୍ର, ପରିବେଶ ନିର୍ଦ୍ଦେଶକ ପ୍ରମୋଦ କୁମାର ପଣ୍ଡା, ସଦସ୍ୟତା ନିର୍ଦ୍ଦେଶକ ତୁଷାରକାନ୍ତି ସାହୁ, ଚାରା ରୋପଣ କମିଟିର ଅଧ୍ୟକ୍ଷ ରାଜେଶ ଅଗ୍ରୱାଲ,
ରୋଟାରୀଆନ ମିହିର କୁମାର ସାହୁ, ରୋଟାରୀଆନ ଧନେଶ୍ୱର ସାହୁ ଏବଂ ରୋଟାରୀଆନ ମୋନାଲୀ ଡୋଙ୍ଗ୍ରେ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ
ସଭାକୁ ସମ୍ବୋଧନ କରି ମୁଖ୍ୟ ଅତିଥି ଡଃ ଭବାନୀ ଶଙ୍କର ଦାସ, ବର୍ତ୍ତମାନର କରୋନା କାଳରେ ପରିବେଶର ସୁରକ୍ଷା ଓ ଚାରା ରୋପଣର ଅତ୍ୟାବଶ୍ୟକତା ଉପରେ ଜୋର
ଦେଇଥିଲେ । ବୈଠକରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ଭୂସଂରକ୍ଷକ କୃଷ୍ଣଚନ୍ଦ୍ର ଆଇଚ, ଭବିଷ୍ୟତ ପିଢ଼ିର ସ୍ୱାର୍ଥ ରକ୍ଷା ପାଇଁ ବାତାବରଣ ସନ୍ତୁଳନରେ କ୍ଷତି ନ ପହୁଁଚାଇବା ପାଇଁ ନିବେଦନ କରିଥିଲେ । ଏହି ଅବସରରେ ଉଦୀୟମାନ ଜଙ୍ଗଲରକ୍ଷୀ ରଶ୍ମୀରଞ୍ଜନ ଦାଶଙ୍କୁ ବନ୍ୟସମ୍ପଦକୁ ସୁରକ୍ଷିତ ଓ ସୁସଂଯତ ରଖିବା ଦିଗରେ ତାଙ୍କର ଉଲ୍ଲେଖଯୋଗ୍ୟ