No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର ) ଭୁବନେଶ୍ୱର :- ଜନସେବା ପ୍ରୟାସର ଅଂଶଭାବରେ ଇନର ହ୍ୱିଲ କ୍ଲବ (ଆଇଡବ୍ଲୁସି) ଭୁବନେଶ୍ୱର ମେଟ୍ରୋ ପକ୍ଷରୁ ସହରରେ ବହୁବିଧ ପଦକ୍ଷେପ ହାତକୁ ନିଆଯାଇଛି । ଗୁରୁବାର ଦିନ ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ଆଇଡବ୍ଲୁଡି ୩୨୬ ଶ୍ରୀମୀତ ମନିଶା ଶ୍ରୀବାସ୍ତବଙ୍କ ଗସ୍ତ କାଳରେ ସହର ମଧ୍ୟରେ ଥିବା ପଟିଆ ଅଞ୍ଚଳର ମହିମା ଜ୍ଞାନ ମନ୍ଦିରର ଅବହେଳିତ ଛାତ୍ରଛାତ୍ରୀଙ୍କୁ କୋଭିଡ ପରିସ୍ଥତିରେ ସଂପ୍ରତି ଅଭ୍ୟାସ ପାଲଟିଥିବା ଅନ୍ଲାଇନ ଶିକ୍ଷା ଆହରଣ ପଦ୍ଧତି ଉପଯୋଗ ଦିଗରେ ସମର୍ଥ କରାଇବାକୁ ଲେନୋଭୋ ଓ ସାମ୍ସଙ୍ଗ ଟାବଲେଟ ବଌକ୍ଷଗ୍ଧ;ନ କରିଥିଲେ । ସେ ମଧ୍ୟ ସ୍କୁଲର ଜଣେ ଯୋଗ୍ୟ ମହିଳା ଦରଜିଙ୍କୁ ସିଲେଇ ମେସିନ ପ୍ରଦାନ କରିଥିଲେ ।
ପୂର୍ବରୁ ଆଇଡବ୍ଲୁସି ମେଟ୍ରୋ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଉକ୍ତ ସ୍କୁଲର ସମ୍ପୂର୍ଣ୍ଣ ପୁନରୁଦ୍ଧା କାର୍ଯ୍ୟ ହାତକୁ ନେଇଥିଲା । ସେଥିମଧ୍ୟରେ ସ୍କୁଲ ଗୃହ ମରାମତି, ରଙ୍ଗ କରିବା, ସ୍କୁଲ ପରିସରରେ ବୃକ୍ଷ ଚାରା ରୋପଣ ଏବଂ ଚାରା ସୁରକ୍ଷା ପାଇଁ ଗୋରଡି ଲଗାଇବା ଆଦି ଅନ୍ତର୍ଭୁକ୍ତ । ଏହି ଅବସରରେ ପ୍ରକାଶକରି ଆଇଡବ୍ଲୁସି ମେଟ୍ରୋ ପ୍ରେସିଡେଌକ୍ଷଗ୍ଧ; ଶ୍ରୀମତୀ ସୁଜାତା ମିଶ୍ର କହିଥିଲେ ଯେ, ସହରରେ ଅବହେଳିତ ମହିଳା ଓ ବାଳିକାମାନଙ୍କର ଯତ୍ନ ନେବା ଦିଗରେ ଏହା ଅନ୍ୟତମ ପ୍ରୟାସ ହୋଇଛି ଏବଂ ଭବିଷ୍ୟତରେ ଏହିଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟକ୍ରମ ହାତକୁ ନେଉଥିବା ସଦସ୍ୟାମାନଙ୍କ ଉଦ୍ୟମକୁ ମଧ୍ୟ ସେ ତାରିଫ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବ ସେକ୍ରେଟାରୀ ଶ୍ରୀମତୀ ପ୍ରଭାତୀ ବିଶ୍ୱାଳ, ଟ୍ରେଜରର ଶ୍ରୀମତୀ ସନ୍ଧ୍ୟା ସାହୁ ଏବଂ ଆଇଡବ୍ଲୁସିର ଅନ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।
No Result
View All Result