No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର) ବାଙ୍କୀ :-ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ କଟକଣା କୋହଳ କରାଯିବା ପରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ମନ୍ଦିରକୁ ଆଜି ଦର୍ଶନ ନିମନ୍ତେ ଖୋଲାଯିବାକୁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଅନୁମତି ପ୍ରଦାନ କରିଛନ୍ତି । ଆଜି ଚର୍ଚ୍ଚିକା ମନ୍ଦିର ଟ୍ରଷ୍ଟି କାଳନ୍ଦୀ ଚରଣ ମହାପାତ୍ର, ପରିଚାଳନା କମିଟି
ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର, ଉପସଭାପତି ସନ୍ତୋଷ କୁମାର ରଣା, ସଂପାଦକ ନୀଳମଣି ମହାପାତ୍ର, ସଭ୍ୟ ପ୍ରକାଶ ମହାପାତ୍ର, ପ୍ରଣବ ମହାପାତ୍ର ପ୍ରଭୃତି ବାଙ୍କୀ ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ମନ୍ଦିର ଖୋଲିବା ପାଇଁ ଅନୁରୋଧ କରିଥିଲେ ।ସମସ୍ତ ଶ୍ରଦ୍ଧାଳୁଙ୍କ କୋଭିଡ ନିୟମ ଆଧାରରେ ସୁରକ୍ଷିତ ଦର୍ଶନକୁ ନିଶ୍ଚିତ କରିବା ପାଇଁ ଉପଜିଲ୍ଲାପଳ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
No Result
View All Result