No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଅଗଷ୍ଟ ବୁଧବାର ) କୋରାଇ :- କୋରାଇ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ଠାକୁରପାଟଣା ରାଜସ୍ୱ ଗ୍ରାମର ୱାର୍ଡ ବୃଦ୍ଧି ପାଇଁ ବିଡିଓଙ୍କୁ ନିବେଦନ ପୂର୍ବକ ଦାବିପତ୍ର ଦେଇଛନ୍ତି ଯୁବପରିଷଦ ଓ ଗ୍ରାମବାସୀ । ଏନେଇ ମଧ୍ୟ ମୁଖ୍ୟମବୀ, ମୁଖ୍ୟଶାସନ ସଚିବ, ମୁଖ୍ୟନିର୍ବାଚନ କମିଶନର, ରାଜସ୍ୱ କମିଶନର , ଜିଲାପାଳ ଓ କୋରାଇ ବିଧାୟକଙ୍କୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ଏହି ଗ୍ରାମଟି ପୂର୍ବରୁ ଜହ୍ନା ଓ ଛୋଟରାୟପୁର ମୌଜାରେ ମିଶିକରି ରହିଥିଲା ବେଳେ ୧୯୯୬ ସମିହାରେ ବନ୍ଦୋବସ୍ତରେ ରାଜସ୍ୱ ଗ୍ରାମଭାବେ ମାନ୍ୟତା ପାଇଥିଲା । ଏହି ଗାଁଟି ନୂଆପାଟଣା ସାହି, ମାଝୀସାହି, ମହତାପଡା ସାହି, ହରିଜନ ସାହି, ଆଦିବାସୀ ସାହି ଓ ଠାକୁରପାଟଣା ସାହିକୁ ମଶାଇ ୬ଟି ସାହି ରହିଥିଲା ବେଳେ ଜନସଂଖ୍ୟା ଦୃଷ୍ଟିରୁ ୧୫୦୦ରୁ ଊର୍ଦ୍ଧ୍ୱ ଲୋକ ବାସକରନ୍ତି । ୧୧ଶହରୁ ଅଧିକ ଭୋଟର ରହିଥିଲା ବେଳେ ଏହା ଖମଣ ପଂଚାୟତର ୨୨ ଓ ୨୩ ନମ୍ବର ୱାର୍ଡଭାବେ ରହିଛି । ଏହି ୨ୱାର୍ଡର ୨୦୧୭ଭୋଟର ତାଲିଖା ଅନୁଯାୟୀ ଭୋଟର ସଂଖ୍ୟା ୯୫୬ ହୋଇଥିଲା ବେଳେ ୨୨ନମ୍ବର ୱାର୍ଡରେ ୭୧୨ ଓ ୨୩ନମ୍ବର ୱାର୍ଡରେ ୨୬୪ଜଣ ଭୋଟର ରହିଥିଲେ । ଏବେ ତାହା ୨୦୨୧ ଜନୁୟାରୀ ମାସ ସଂଶୋଧନ ତାଲିତା ଅନୁଯାୟୀ ଏହି ୨ୱାର୍ଡରେ ୧୧୧୩ଜଣ ଭୋଟର ଥିବା ସୂଚିତ ହୋଇଛି । ଗୋଟିଏ ୱାର୍ଡରେ ପ୍ରାୟ ୨୫୦ରୁ ୩୦୦ ମଧ୍ୟରେ ଭାଟର ରହିବା କଥା; ହେଲେ ଏହି ଗ୍ରାମର ୨୨ନମ୍ବର ୱାର୍ଡରେ ପ୍ରାୟ ୮୦୦ଭୋଟର ରହିଥିଲା ବେଳ ୨୩ନମ୍ବର ୱାର୍ଡରେ ୩ଶହରୁ ଊର୍ଦ୍ଧ୍ୱ ଭୋଟର ଅଛନ୍ତି ।

ଯାହାକି ସାଧାରଣ ନିର୍ବାଚନ ବେଳେ ଭୋଟ ଦେବା ବହୁ ଅସୁବଧା ଉପୁଯୁଛି । ତେଣୁ ଗ୍ରାମବାସୀଙ୍କ ପକ୍ଷରୁ ଏହି ଗ୍ରାମକୁ ଆଉ ଦୁଇଟି ୱାର୍ଡ ବୃଦ୍ଧି କରି ୪ଟି ୱାର୍ଡ କରିବାକୁ ୨୦୧୮ ମେ ମାସ ୨୮ତାରିଖ ତତ୍କାଳୀନ ବିଧାୟକ ଆକାଶ ଦାସଙ୍କୁ ଭେଟି ନିବେଦନ କରିଥିଲେ । ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଦାସ ନାୟକ ୨୦୧୯ନିର୍ବାଚନରେ ବିଧାୟକ ପଦରୁ ବାଦପଡିବାରୁ ୱାର୍ଡ ବୃଦ୍ଧି ହୋଇପାରିଲା ନାହିଁ । ଫଳରେ ଭୋଟର ସଂଖ୍ୟା ଅଧିକ ହୋଇଥିବାରୁ ଭୋଟ ସମୟରେ ମତଦାନରେ ବାଧ ଉପୁଯିବା ସହ ସରକାର ସାହାଯ୍ୟ, ସହଯୋଗ ଓ ଯୋଜନାରୁ ଅଧିକାଂଶ ଅଧିବାସୀ ବଂଚିତ ହେଉଛନ୍ତି । ତେଣୁ ଏହି ରାଜସ୍ୱ ଗ୍ରାମକୁ ଭୋଟର ସଂଖ୍ୟା ଦୃଷ୍ଟିରୁ ଆଉ ଦୁଇଟି ୱାର୍ଡ ବୃଦ୍ଧିକରିବାକ ୪ଟି ୱାର୍ଡ କରିବାକୁ ଗ୍ରାମମୁଖ୍ୟ କୃଷ୍ଣଚନ୍ଦ୍ର ସାହୁ, ବିନୋଦବିହାରୀ ଦାସ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଲକି ସାହୁ(ୱାର୍ଡସଭ୍ୟା-୨୨), ଦାଶରଥ ସାହୁ(ୱାର୍ଡସଭ୍ୟ -୨୩), ପ୍ରଶାନ୍ତକୁମାର ସାହୁ(ସଭାପତି) ପ୍ରମୁଖ ଠାକୁରପାଟଣା ଯୁବପରିଷଦ ଓ ଗ୍ରାମବାସୀମାନେ ବିଡିଓ ଶ୍ୱୋତା ସ୍ନିଗ୍ଧାଙ୍କୁ ଭେଟି ନିବେଦନ ପତ୍ର ପ୍ରଦାନ କରିଛନ୍ତି । ନିୟମାନୁୟା ତ୍ୱରିତ ବ୍ୟବସ୍ଥା କରାଯିବାକୁ ଶ୍ରୀମତୀ ସ୍ନିଗ୍ଧା ପ୍ରତିଶ୍ରୁତି ଦେଇଛନ୍ତି । ( ରିପୋର୍ଟ-ରଶ୍ମିରେଖା ମଲ୍ଲିକ )
No Result
View All Result