No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଅଗଷ୍ଟ ବୁଧବାର ) ଢେଙ୍କାନାଳ :- ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତରେ କୁଡୁମ୍ବଶ୍ରୀ ଟିମ୍ । ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମିଶନ ଶକ୍ତି ଯୋଜନା ପରିଦର୍ଶନ ସହ ଯୋଜନାର କାର୍ଯ୍ୟକାରୀ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ମହିଳା ଗୋଷ୍ଠୀଙ୍କ ଠାରୁ ପଚାରି ଅବଗତ ହେଲେ । ମହିଳା ସଶକ୍ତିକରଣ ଦିଗରେ ୧୯୯୭ ମସିହାରୁ କାର୍ଯ୍ୟ କରି ଆସୁଥିବା କେରଳ ରାଜ୍ୟର କୁଡୁମ୍ବଶ୍ରୀ ନାମକ ସଂସ୍ଥାର ଏକ ଟିମ୍ ଗତ କିଛି ଦିନ ଓଡ଼ିଶା ଗସ୍ତରେ ଅଛନ୍ତି । ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଆଜି ଶେଷରେ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ କରିଛନ୍ତି ।

ଗସ୍ତ କାର୍ଯ୍ୟକ୍ରମକୁ ପୌର ବିଭାଗ ଦ୍ଵାରା ପରିଚାଳିତ କରାଯାଇ ଟିମ୍ ର ସଦସ୍ୟମାନଙ୍କୁ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ମିଶନ ଶକ୍ତି ଯୋଜନା ତଥା ମାଇକ୍ରୋ କମ୍ପୋଷ୍ଟ୍ ସେଣ୍ଟର୍, ଆହାର କେନ୍ଦ୍ର, ମାଇକ୍ରୋ ୱେଭ୍ ସେଣ୍ଟର୍ ଗୁଡିକ ପରିଦର୍ଶନ କରାଇବା ସହିତ ଯୋଜନାର କାର୍ଯ୍ୟକାରୀ ଓ ସମସ୍ୟା ସମ୍ପର୍କରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କ ଠାରୁ ପଚାରି ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ ଓ ଅନ୍ୟାନ୍ୟ ପୌର କର୍ମଚାରୀଙ୍କ ସମେତ ବିଭିନ୍ନ ମହିଳା ସଙ୍ଗଠନର ସଦସ୍ୟ ମାନେ ଉପସ୍ଥିତ ଥିଲେ। (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।
No Result
View All Result