No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର )ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ପୀଠ ଠାରେ ଥିବା ହରିଣ ପାର୍କ ରେ ଅକାଳ ରେ ହରିଣ ମାନଙ୍କର ଜୀବନ ଯାଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତ ୩ ଦିନ ରେ ୯ ଗୋଟି ହରିଣର ମୃତ୍ୟୁ ଘଟିଛି । ତେବେ କ’ଣ ପାଇଁ ହରିଣ ମାନଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନ ଥିବା ବେଳେ ଆଜି କଟକ ରୁ ଏକ ରୋଗ ବିଶେଷଜ୍ଞ ଟିମ୍ ପହଞ୍ଚି ମୃତ୍ୟୁ ହରିଣ ମାନଙ୍କର ପଞ୍ଚନାମା କରିଥିଲେ

ତେବେ ପିଏମ ରିପୋର୍ଟ ଆସିଲା ପରେ ମୃତ ର କାରଣ ଜଣାପଡିବ ବୋଲି ପ୍ରାଣୀ ରୋଗ ବିଶେଷଜ୍ଞ ଡାକ୍ତର ମିହିର କୁମାର ନାୟକ କହିଛନ୍ତି । ପ୍ରାଣୀ ରୋଗ ବିଶେଷଜ୍ଞ ଡାକ୍ତର ମୃତ୍ୟୁଞ୍ଜୟ ବେହେରା , ଡାକ୍ତର ଜ୍ଞାନ ରଞ୍ଜନ ପଟ୍ଟନାୟକ , ଖପ୍ରାଖୋଲ ସହକାରୀ ପ୍ରାଣୀ ଚିକିତ୍ସକ ଅଧିକାରୀ ଡ ସୁଜିତ କୁମାର ଶତପଥୀ ପ୍ରମୁଖ ନୀରିକ୍ଷଣ କରି ଥିଲେ । ବର୍ତ୍ତମାନ ୩୭୦ ହରିଣ ଅଛନ୍ତି ବୋଲି ଦାୟିତ୍ଵ ରେ ଥିବା ରେଞ୍ଜର ଶ୍ରୀବତ୍ସ କୁମୁରା କହିଛନ୍ତି । ( ରିପୋର୍ଟ – ଗୋରେଖନାଥ ବରିହା )
No Result
View All Result