No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ନୟାଗଡ଼ :- ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବା କେନ୍ଦ୍ର ନିର୍ଦେଶ କ୍ରେମେ ଆଙ୍କୁଲାଇ ୟୁଥ କ୍ଲବ ମାନଧତପୁର ରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଅଗଷ୍ଟ ୧ ରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ କୁ ଆଧାର କରି କ୍ଲବ ର ସଦଶ୍ୟ ମାନେ ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ ଗଢିବା କୁ ମନେ ପକାଇ ସ୍ୱଚ୍ଛତା ଶପଥ ପାଠ କରିଥିଲ । ଏହା ପରେ ଭାରତ ସରକାରଙ୍କ ନୟାଗଡ଼ ବ୍ଲକ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶଶି ଭୂଷଣ ମିଶ୍ର ସ୍ୱଚ୍ଛତା ବିଷୟ ଆଲୋକପାତ କରିଥିଲେ ଓ ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ବୁଝେଇଥିଲ ଏବଂ ଆମ ଚତୁର୍ପାଶ୍ୱ ପରିଷ୍କାର ରଖିବା,

ସ୍ୱଚ୍ଛତା ଏକ ବଡ ଅଭିଯାନ ,ସମସ୍ତେ ଏଥିରେ ଦିଅ ଯୋଗଦାନ ,ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ ଗଢିବା ଆଦି ନାରା ଲଗାଯାଇଥିଲା ଏବଂ ଏହା ପରେ ପଂଚାୟତ ର ବିଭିନ୍ନ ଅଞ୍ଚଳ ରେ ସଫେଇ କାର୍ଯ୍ୟକ୍ରମ ଚାଲିଥିଲା ଓ ଏହା ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲୁ ରହିବ ଏହି ସଚେତନତା କାର୍ଯ୍ୟକ୍ରମରେ ଶକ୍ତି ପ୍ରସାଦ ମିଶ୍ର, ଅମୀୟ ଭୂଷଣ ମିଶ୍ର, ଶିତେଶ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ)

No Result
View All Result