No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର ) ନୟାଗଡ଼ :- ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବା କେନ୍ଦ୍ର ତରଫରୁ ଚଉଦ ଦିନ ବ୍ୟାପି ସାରା ଦେଶରେ ଚାଲିଥିବା ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମର ଆଜି ଦ୍ଵିତୀୟ ଦିବସରେ ନୟାଗଡ଼ କେନ୍ଦ୍ରର ଓଡ଼ଗାଁ ବ୍ଲକରେ ଅନୁଷ୍ଠିତ ହୋଇ ଯାଇଛି । ଆଜିର ଏହି କାର୍ଯ୍ୟକ୍ରମ
ଓଡ଼ଗାଁ ବ୍ଲକର ଆରଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆରମ୍ଭରେ ଏକ ସାଧାରଣ ସଭା ଜରିଆରେ ସ୍ୱଚ୍ଛତା ଉପରେ ଗ୍ରାମର ଯୁବକଙ୍କୁ ସଚେତନ କରା ଯାଇଥିଲା ଓ ଶପଥ ପାଠ କରା ଯାଇଥିଲା। ପରେ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର, ସ୍କୁଲ ଓ ପଞ୍ଚାୟତର ଚତୁଃପାର୍ଶ୍ୱ ସଫା କରା ଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗ୍ରାମର ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ଭାରତ ସରକାରଙ୍କ ଅନୁମୋଦିତ ଓଡ଼ଗାଁର ଜାତୀୟ ଯୁବ ସ୍ୱେଚ୍ଛାସେବୀ (NYV) ଶୁଭସ୍ମିତା ପ୍ରିୟଦର୍ଶୀନି ଓ ମାନସ ସାହୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଆଶୁତୋଷ ଦାସ ପରିଚାଳନା କରିଥିଲେ। ରିପୋର୍ଟ -ରାମକୃଷ୍ଣ ରଥ
No Result
View All Result