No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର ) ରାୟଗଡ,ଗଜପତି :- ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରୁ ଚିଙ୍ଗୁଡ଼ି ଫେକ୍ଟ୍ରି ରେ ଛଅ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକ ଙ୍କ ପରିବାର କୁ ଦୁଇ ଲକ୍ଷ ଟଙ୍କାଲେଖାଏଁ ସହାୟତା ଘେଷଣା କରିବାର ତିନି ଦିନ ପରେ ଆଜି ରାୟଗଡ ବ୍ଲକ ସାନତୁଣ୍ଡି ରେ ଚିଙ୍ଗୁଡ଼ି ଫାକ୍ଟ୍ରିରେ ମୃତ୍ୟୁଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣାର ସହାୟତା ରାଶି ଦୁଇ ଲକ୍ଷ ଟଙ୍କାର ଚେକ କୁ ଆଜି ଗଜପତି ଜିଲ୍ଲା ଉପଜିଲ୍ଲାପାଳ ଦିଲୀପ କୁମାର ମହାରଣା ମୃତଶ୍ରମିକ ମହେନ୍ଦ୍ର ଶବରଙ୍କ ଙ୍କ ବାପା ଜିତେନ୍ଦ୍ର ଶବରକୁ ପ୍ରଦାନ କରିଛନ୍ତି l ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଜିଲ୍ଲା ରେପାଲ ସ୍ଥିତ ଏକ ଚିଙ୍ଗୁଡ଼ି ଫାକ୍ଟ୍ରି ରେ ବିଦ୍ୟୁତ ସଟ ସର୍କିଟ ଘଟି ଛଅ ଜଣ ଓଡ଼ିଆ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ଗଜପତି ଜିଲ୍ଲା ରାୟଗଡା ବ୍ଲକ ର ଜଣେ ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ହୋଇଥିଲା l
ଛଅ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକ ଙ୍କ ପରିବାର କୁ ଦୁଇ ଲକ୍ଷ ଟଙ୍କାଲେଖାଏଁ ସହାୟତା ଘେଷଣା କରିବାର ତିନି ଦିନ ପରେ ଆଜି ରାୟଗଡ ବ୍ଲକ ସାନତୁଣ୍ଡି ପଂଚାୟତ ସାନତୁଣ୍ଡି ଗ୍ରାମବାସିନ୍ଦା ଜିତେନ୍ଦ୍ର ଶବରଙ୍କୁ ଦୁଇ ଲକ୍ଷ ଟଙ୍କାର ଚେକ ସହ ରେଡ କ୍ରସ ପାଣ୍ଠି ରୁ କୋଡିଏ ହଜାର ଟଙ୍କାର ଚେକ ଓ ହରିଚନ୍ଦ୍ର ଯୋଜନା ରେ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଛି l ସହାୟତା ରାଶି ପ୍ରଦାନ ବେଳେ ରାୟଗଡ ବିଡିଓ ରାଜାରଂଜିତ ପ୍ରତାପ ବଳ, ବ୍ଲକ ଅଧକ୍ଷ ଧନେଶ୍ୱର ଭୂୟାଁ,ଜିଲ୍ଲା ଉପାଧ୍ୟାକ୍ଷ ଆର ବିଜୟ କୁମାର,ସାନତୁଣ୍ଡି ସରପଞ୍ଚ ସୁବାସ ଶବର,ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l
(ସଂଜୀବ କୁମାର ପାଣି ରାୟଗଡ଼ ଗଜପତି )
No Result
View All Result