No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର) ପାରଳାଖେମୁଣ୍ଡି :- ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସର ମଧ୍ୟରେ ମହାବିଦ୍ୟାଳୟ ର ପରିଚାଳନା କମିଟିର ପୂର୍ବତନ ସଦସ୍ୟା ଶ୍ରୀମତି ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକି ଉପଲକ୍ଷେ ତିଥି ଅନୁସାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁଙ୍କର ଅଧ୍ୟକ୍ଷତାରେ ଓ ଅନ୍ୟାନ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଉପସ୍ଥିତିରେ ଦୁଇ ମିନିଟର ଏକ ନୀରବ ପ୍ରାର୍ଥନା ଅନୁଷ୍ଠିତ ହେବା ସହ ସ୍ଵର୍ଗତା ସାହୁଙ୍କର ସ୍ମୃତି ଚାରଣ କରାଯାଇଥିଲା ।

ଶ୍ରୀମତି ସାହୁ ଏକାଧାରରେ ଜଣେ ନାରୀନେତ୍ରୀ, ସମାଜସେବୀ ସଂସ୍କୃତିକ ସାଙ୍ଗଠିକା ତଥା ସୁଲେଖିକା ଥିଲେ । ସେ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଖରେ ଏକ ଆଦର୍ଶ ମହିଳା ଭାବରେ ପ୍ରେରଣା ଦାତ୍ରୀ ଥିଲେ । ଏହି ଶୋକ ସଭାରେ ଅଧ୍ୟକ୍ଷା ଡକ୍ଟର ରୀନା ସାହୁ, ଅଧ୍ୟାପିକା ଡକ୍ଟର ଭାରତୀ ପାଣିଗ୍ରାହୀ, ଶ୍ରୀମତୀ ବରଦା ଆଚାର୍ଯ୍ୟ, ଡକ୍ଟର କଲ୍ୟାଣି ମିଶ୍ର ଦିବଙ୍ଗତ ପ୍ରମୂଖ ନେତ୍ରୀଙ୍କର ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ଥିଲେ । ଏହି ଶୋକ ସଭାରେ ମହାବିଦ୍ୟାଳୟର ଅନ୍ୟ।ନ୍ୟ କର୍ମଚାରୀ ମାନେ ମଧ୍ୟ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
No Result
View All Result