No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଖାରିଗୁଡ଼ା-ନଳାଘାଟ ବୁଲାଣି ନିକଟ ବାଲିବନ୍ଧଠାରେ ୧୧୦୯ ଟ୍ରକ ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ମୃତ, ଜଣେ ଗୁରୁତର । ଘଟଣାରୁ ପ୍ରକାଶ ମୋହନା ବ୍ଳକ ଅନ୍ତର୍ଗତ କେଚାପଙ୍କା ଗ୍ରାମର ମିଥାଇଲ ଶବର (୧୮) ନିଜ ଜୋଇଁ ଘର ଚୁଡଙ୍ଗପୁର ପଞ୍ଚାୟତ ଅଧିନ ସିଆଳିଲଟି ଗ୍ରାମକୁ ଯାଇଥିଲେ ।
ସେଠାରୁ ନିଜ ସଂପକୀୟ ଭାଇ ସଂଜବ ଦଳବେହେରା (୨୫)ଙ୍କ ସହ ନିଜ ବାଇକ ନଂ-ଓଡି ଠ୭ ଏଫ ୯୩୦୩ ଯୋଗେ ସଂଜବର ଶଶୁର ଘର ଗୁଞ୍ଜୁରିପଦରକୁ ଯାଇ ନିଜ ଗ୍ରାମକୁ ଫେରୁଥିବାବେଳେ ଖାରିଗୁଡା ନଳାଘାଟ ଜାତୀୟ ରାଜପଥ ୩୨୬ ବୁଲାଣି ବାଲିବନ୍ଧ ନିକଟରେ ଅପରପାର୍ଶ୍ଵ ବ୍ରହ୍ମପୁର ଠାରୁ ରାୟଗଡା ଅଭିମୁଖେ ଯାଉଥିବା ୧୧୦୯ ଟ୍ରକ ନଂ-ଓଡିଠ୭ଏଲ ୬୧୭୦ ଗାତି ଚାଳକର ପଛପାର୍ଶ୍ଵ ଚକାକୁ ଯାଇ ଧକ୍କା ହୋଇଥିଲା
ଯାହାଫଳରେ ଘଟଣାସ୍ଥଳରେ ସଂଜବର ମୃତ୍ୟୁ ଘଟିଥିଲା । ଖବର ଶୁଣି ଗ୍ରାମବାସୀ ୧୦୮କୁ ଫୋନ କରି ଗୁରୁତର ଅବସ୍ଥାରେ ଥିବା ମିଥାଇଲଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ତାଙ୍କ ଡାହାଣ ପାର୍ଶ୍ଵ ଗୋଡଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ଘଟଣାସ୍ଥଳରେ ଅଡବା ଥାନା ଏସଆଇ ରବିନ୍ଦ୍ର କୁମାର ପାତ୍ର ଓ କର୍ମଚାରୀ ପହଞ୍ଚି ଶବକୁ ଜବତ କରି ଥାନା କେଶ ନଂ-୮୨/୨୧ରେ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛନ୍ତି । ଅପରପକ୍ଷେ ଟ୍ରକ ଓ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ଏସଆଇ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ମୃତ ସଂଜବଙ୍କର ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ସ୍ତ୍ରୀ ପ୍ରଜନୀ ଦଳବେହେରା ଓ ଦୁଇ ବର୍ଷର ଏକମାତ୍ର ଝିଅକୁ ସରକାରୀ ସହାୟତା ନିମନ୍ତେ ଅଞ୍ଚଳବାସୀ ଜିଲ୍ଲା ପ୍ରସାଶନ ନିଜଟରେ ନିବେଦନ କରିଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result