No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ଭୁବନେଶ୍ୱର :- ବିଜୁ ମହିଳା ଜନତା ଦଳର ଏକ ସାଙ୍ଗଠନିକ ସଭା, ରେ ସମସ୍ତ ନୂତନ ନିଯୁକ୍ତ ରାଜ୍ୟ କର୍ମକର୍ତା ମାନଙ୍କୁ ନେଇ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତି ସ୍ମେହାଙ୍ଗିଂନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥଲା । ଓଡ଼ିଶା ଅସଂଖ୍ୟ ଜନସାଧାରଣ ବିଶେଷ କରି ଗରିବ, ଦଳିତ, ଅବହେଳିତ, ନିଷ୍ପେଷିତ ଜନସାଧାରଣଙ୍କ ସେବା, ବିଶେଷ କରି ମହିଳା ମାନଙ୍କର ସାମଗ୍ରିକ ବିକାଶ ଉପରେ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି ସେହି ଆଭିମୁଖ୍ୟକୁ , ବିଜୁ ମହିଳା ସଂଗଠନ କିପରି କାର୍ଯ୍ୟରେ ପରିଣତ କରିବାଯିବ ସେ ଦିଗରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି, ବୋଲି ସଭାପତି ଶ୍ରୀମତୀ ସ୍ନେହାଗିନୀ ଛ୍ରରିଆ ସମସ୍ତ ରାଜ୍ୟ ନେତୃମଣ୍ଡଳୀଙ୍କୁ ଉଦବୋଧନ ଦେଇଥିଲେ ।

ମହିଳା ମାନକର ଉତ୍ସର୍ଗୀକୃତ ସେବା ମନୋଭାବ ଏବଂ ପରିଶ୍ରମ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମଗ୍ର ମହିଳା ନେତୃମଣ୍ଡଳୀ କୁଁ ଧନ୍ୟବାଦ ଦେଇଛନ୍ତି ବୋଲି ଅବଗତ କରିଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ଶ୍ରୀପ୍ରଣବ ପ୍ରକାଶ ଦ୍ରାସ ଯୋଗ ଦେଇ ସମସ୍ତ ନୂତନ ନିଯୁକ୍ତ କର୍ମକର୍ତାଙ୍କୁ ଶୁଭେଚ୍ଛା ତଥା ଅଭିବାଦନ ଜ୍ଞାପନ ରୂପକ ଦଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ନିମନ୍ତେ କୃତଜ୍ଞତା ପ୍ରକାଶ କରିଥିଲେ। ବିଜୁ ଜନତା ଦଳ ଏକ ଦାୟୀତ୍ବବାନ ଶୃଙ୍ଖଳିତ ରାଜନୈତିକ ଦଳ । ଏଣୁ ଏହି ଦଳର ଏକ ଶୃଙ୍ଖଳିତ ସଦସ୍ୟ ହିସାବରେ ଆମର କର୍ଭବ୍ୟ ହେଉଛି ଲୋକଙ୍କ ସହ ସର୍ବଦା ରହିବା ବିଜୁ ଜନତା ଦଳର ସମସ୍ତ ଜନହିତେୟସୀ ଯୋଜନା ଅଣୁ ଯୋଜନାକୁ ତୃଣମୂଳ ସ୍ଥରରେ ଲୋକ ମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରତ୍ୟକ ସଦସ୍ୟ ତଡପତ୍ପରତାର ସହ କାର୍ଯ୍ୟ କରନ୍ତୁ ବୋଲି ମତ ପୋଷଣ କରିଥିଲେ । ରାଜ୍ୟ ମହିଳା କମିଟି ଗଠନ ପରେ ସେମାନେ ସମସ୍ତ ଜିଲ୍ଲା ତଥା ଗ୍ରାମପଞ୍ଚାୟତ ସ୍ଥରୀୟ କର୍ମକର୍ତା ମାନଙ୍କ ନିକଟକୁ ପହଞ୍ଚି ତୃଣମୂଳ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାକୁ ଆହ୍ଵାନ ଦେଇଥ୍ଲେ।

ପ୍ରମୁଖ ମୁଖ୍ୟ ଅତିଥ୍ ଭାବରେ ଯୋଗ ଦେଇଥିଲେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀ ପ୍ରତାପ କେଶରୀ ଦେବ କର୍ମକର୍ତା ମାନଙ୍କୁ ଆହ୍ଵାନ ଦେଇ କହିଥ୍ଵଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ରାଜନୀତିରେ ସକ୍ରିୟ ଭୂମିକାକୁ ସଦାସର୍ବଦା ଅଗ୍ରାଧ୍କାର ଦେଇ ଆସିଛନ୍ତି । ରାଜ୍ୟ ର ସିଂହଭାଗ ଭୋଟ ପ୍ରଦାନ କରୁଥିବା ମହିଳା ଭୋଟ ଦାତା ମାନଙ୍କୁ କେବଳ ରାଜନୈତିକ ଶୋଭାଯାତ୍ରା ନୁହେଁ , ବରଂ ଲୋକପ୍ରତିନିଧି ଭାବରେ ୩୩ ଭାଗରୁ ୫୦ ଭାଗ ସ୍ଥାନ ସଂରକ୍ଷଣ ନିମନ୍ତେ ସଂସଦରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏଣୁ ସାଙ୍ଗଠନିକ କ୍ଷେତ୍ର ରେ ପ୍ରତେକ ମହିଳା କର୍ମକର୍ତା ମାନେ ତୃଣମୂଳ ସ୍ଥରକୁ ପହଞ୍ଚି ଦୃଦ୍ଧତାର ସହିତ ବିଜୁ ଜନତା ଦଳର ସାଙ୍ଗଠନିକ ପରିସୀମାକୁ ଆହୁରି ପରିବ୍ୟାପ୍ତ କରିବାକୁ, ଶ୍ରୀ ଦେବ ଆହ୍ଵାନ ଦେଇଥିଲେ।

ଯୁବ ଛାତ୍ର ଛାମୁଆ ସଂଗଠନ ଭଳି ମହିଳା ମାନଙ୍କ ସାଙ୍ଗଠନିକ ପରିପକ୍ବତାକୁ ଭୂୟସୀ ପ୍ରଶଂସା କରି ମହିଳା ମାନଙ୍କ ରାଜନୈତିକ ପ୍ରତିନିଧ୍ଵତ୍ବ ରେ ସହଭାଗୀତାକୁ ରାଜ୍ୟ ଯୁବ ବ୍ୟାପାରର ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ କର୍ମକର୍ତା ମାନଙ୍କୁ ଉପଦେଶ ଦେଇଥିଲେ। କେବଳ ଗୃହ ପରିଚାଳନା ନୁହେଁ , ସମସ୍ତ ରାଜନୈତିକ ନିର୍ଦେଶକୁ ବିଜୁ ମହିଳା ଜନତା ଦଳ ର ପ୍ରତ୍ୟକ ସଦସ୍ଯ ଅତ୍ୟନ୍ତ ଦୃଢତାର ସହ ପ୍ରତିପାଦିତ କରିଛନ୍ତି , ଏବଂ ଆଗାମୀ ଦିନରେ ମଧ୍ଯ ସମସ୍ତ ନ୍ୟସ୍ତ ଦାୟିତ୍ବ କୁ ସୂଚାରୁ ରୂପେ ତୁଳାଇବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି, ବିଧାୟିକା ଶ୍ରୀମତି ପ୍ରମିଳା ମଲ୍ଲିକ୍ ଆସ୍ଥା ପ୍ରକଟ କରିଥିଲେ। ଏହି ବୈଠକରେ ବିଜୁ ମହିଳା ଜନତା ଦଳ ର ସମସ୍ତ ବରିଷ୍ଠ ଉପଦେଷ୍ଟା ମଣ୍ତଳୀ, କାର୍ଯ୍ୟକାରୀ ସଭାନେତ୍ରୀ , ବରିଷ୍ଠ ଉପସଭାନେତ୍ରୀ ମାନେ ନିଜ ର ବହୁ ମୂଲ୍ୟ ଉପଦେଶ ଦେଇଥିଲେ ।
No Result
View All Result